କନକ ବ୍ୟୁରୋ : ଆଜି ବିଜୟ ଦିବସ ଅବସରରେ ୧୯୭୧ ଯୁଦ୍ଧ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ମୋଦୀ । ଯୁଦ୍ଧ ସ୍ମାରକୀରେ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ‘ସ୍ବର୍ଣ୍ଣିମ ବିଜୟ ମଶାଲ’ ଗ୍ରହଣରେ ଅଂଶ ଗ୍ରହଣ କରିଛନ୍ତି।
୧୯୭୧ ଯୁଦ୍ଧରେ ବିଜୟ ଏବଂ ବାଂଲାଦେଶର ସ୍ବାଧୀନତା ଦିବସ ଅବସରରେ ବିଜୟ ଦିବସ ପାଳନ କରାଯାଏ। ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତ ବିଜୟ ହାସଲ କରିବାର ୫୦ ବର୍ଷ ପୁରୁଥିବାରୁ ୨୦୨୧କୁ ‘ସ୍ବର୍ଣ୍ଣିମ ବିଜୟ ଦିବସ ବର୍ଷ’ ଭାବେ ପାଳନ କରାଯାଉଛି।
On the 50th Vijay Diwas, I recall the great valour and sacrifice by the Muktijoddhas, Biranganas and bravehearts of the Indian Armed Forces. Together, we fought and defeated oppressive forces. Rashtrapati Ji’s presence in Dhaka is of special significance to every Indian.
— Narendra Modi (@narendramodi) December 16, 2021
ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ୫୦ତମ ବିଜୟ ଦିବସ ଅବସରରେ ମୁଁ ମୁକ୍ତିଯୋଦ୍ଧା, ବୀରାଙ୍ଗନା ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଯବାନମାନଙ୍କର ଶୌର୍ଯ୍ୟ ଓ ଆତ୍ମବଳୀ ସ୍ମରଣ କରୁଛି। ଆମ ଏକତ୍ର ଲଢ଼ି ଅତ୍ୟାଚାରୀ ଶକ୍ତିକୁ ପରାସ୍ତ କରିଥିଲେ। ଢାକାରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରୁଛି।
ଜାତୀୟ ଯୁଦ୍ଧ ସ୍ମାରକୀରେ ଥିବା ପରିଦର୍ଶକଙ୍କ ଖାତାରେ ସ୍ବାକ୍ଷର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ସମଗ୍ର ଦେଶବାସୀଙ୍କ ତରଫରୁ ମୁଁ ୧୯୭୧ ଯୁଦ୍ଧର ଯୋଦ୍ଧାମାନଙ୍କୁ ଅଭିବାଦନ ଜଣାଉଛି। ଶୌର୍ଯ୍ୟର ଅତୁଳନୀୟ ଗାଥା ଲେଖିଥିବା ସାହସୀ ଯୋଦ୍ଧାମାନଙ୍କ ପାଇଁ ନାଗରିକମାନେ ଗର୍ବିତ।