ବିରୋଧୀଙ୍କୁ ଚିତ୍ କଲେ ଚୌକିଦାର ! ବାରାଣାସୀରେ ୪ ଲକ୍ଷ ଭୋଟରେ ଆଗୁଆ ମୋଦି ।

117

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରର ଆଜି ହେଉଛି ମହାନିର୍ଣ୍ଣୟ । ବର୍ତ୍ତମାନର ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ୩୩୯ ଲୋକସଭା ଆସନ ସହ ଆଗକୁ ବଢୁଛି ବିଜେପି । କୁହାଯାଉଛି, ୨୦୧୪ ଭଳି ପୁଣି ଥରେ କାମ କରିଛି ମୋଦି ମ୍ୟାଜିକ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଚିରାଚରିତ ଆସନ ବାରାଣାସୀରି ପୁଣି ଥରେ ନିର୍ବାଚନ ଲଢିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ବାରାଣାସୀ ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଆଗେଇ ଚାଲିଛନ୍ତି ମୋଦି । ତାଙ୍କୁ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ।