ମାସୁଦ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା ହେବା ନେଇ ମୋଦି ଦେଲେ ବଡ ମନ୍ତବ୍ୟ । କହିଲେ, ଅପେକ୍ଷା କର ଆଗକୁ ଦେଶରେ କଣ ହେଉଛି?

Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲେ ଅଖିଳେଶ ! କହିଲେ, ନିଜ ପ୍ରଚାରରେ ବ୍ୟସ୍ତ ରୁହନ୍ତି ମୋଦି, ଯାହା କହନ୍ତି ତାହା କରନ୍ତି ନାହିଁ
କନକ ବ୍ୟୁରୋ :ମାସୁଦ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା ହେବା ପରେ ଦେଶବାସୀ ବେଶ ଖୁସି ଅଛନ୍ତି । କେବେ ଏପରି ସମୟରେ ମୋଦି ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋରଧରିଛି । ଜାତୀୟ ଗମମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମାସୁଦ ଆଝାରକୁ ଜାତିସଂଘ ସାର୍ବଜନୀନ ଆତଙ୍କବାଦୀ ଘୋଷଣା କରିବାର ନିଷ୍ପତ୍ତି ହେଉଛି ଆତଙ୍କବାଦର ବିଲୋପ ପାଇଁ ଭାରତ ଚଳାଇଥିବା ଉଦ୍ୟମର ସଫଳତା ଏବଂ ଭାରତର ଅଭିଯୋଗ ବିଶ୍ୱସ୍ତରରେ ଆଉ ହେୟଜ୍ଞାନ ହୋଇ ପାରିବ ନାହିଁ ବୋଲି ଏହା ପ୍ରମାଣ କରିଛି। ରାଜସ୍ଥାନର ଜୟପୁର ଠାରେ ଏକ ରାଲିରେ କହିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସୁଦ ଆଝାର ସମ୍ପର୍କରେ କହିଥିଲେ।
publive-imageଜାତିସଂଘରୁ ମିଳିଥିବା ସଦ୍ୟତମ ଖବର ଅନୁସାରେ, ଜୈଶ-ଏ-ଅହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ସାର୍ବଜନୀନ ଆତଙ୍କବାଦୀ ଘୋଷଣା କରାଯାଇଛି। ଏଇଟା ବଡ଼ ସଫଳତା। ତେବେ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ନିରାପତ୍ତା ସଂକ୍ରାନ୍ତରେ ସ୍ପଷ୍ଟ ହେବା ହେଉଛି ଆମର ନୀତି ଓ କାର୍ଯ୍ୟ। ଦେଶ ପ୍ରତି ଯେଉଁଠି ବିପଦ ରହିଛି, ଆମେ ସେଠାକୁ ଯାଇ ଆକ୍ରମଣ କରିବୁ।
publive-imageବିଜେପି ହେଉଛି ଶକ୍ତିଶାଳୀ ସରକାର। ଦୀର୍ଘ ଦିନ ହେଲାଣି ଏବଂ ଏବେ ଯାହା ହେଉଛି ତାହା ସନ୍ତୋଷର କଥା। ଏ ହେଉଛି ନୂଆ ଭାରତ ଯେଉଁଠି ୧୩୦ କୋଟି ଲୋକଙ୍କ ଗର୍ଜନ ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେଉଛି। ଭାରତର ଅଭିଯୋଗକୁ କେହି ଅବଜ୍ଞା କରି ପାରିବେ ନାହିଁ। ଏଇଟା ଆରମ୍ଭ ମାତ୍ର। ଦେଖ ଆଗକୁ କ’ଣ ହେଉଛି। ସେ ପୁଣି କହିଲେ, ଯେ ରିମୋଟ୍-ନିୟନ୍ତ୍ରିତ ବିଗତ ସରକାରରେ ପ୍ରଧାନମନ୍ତ୍ରୀଙ୍କ ପାଟି ମଧ୍ୟ ଶୁଭୁ ନ ଥିଲା। କିନ୍ତୁ ଏବେ ୧୩୦ କୋଟି ଭାରତୀୟଙ୍କ ଅଭିଯୋଗ ଜାତିସଂଘକୁ ପ୍ରଭାବିତ କରୁଛି। ଚୌକିଦାର ଭାରତର ଗୁରୁତ୍ୱ ବଢ଼ାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe