କନକ ବ୍ୟୁରୋ :ମାସୁଦ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା ହେବା ପରେ ଦେଶବାସୀ ବେଶ ଖୁସି ଅଛନ୍ତି । କେବେ ଏପରି ସମୟରେ ମୋଦି ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋରଧରିଛି । ଜାତୀୟ ଗମମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମାସୁଦ ଆଝାରକୁ ଜାତିସଂଘ ସାର୍ବଜନୀନ ଆତଙ୍କବାଦୀ ଘୋଷଣା କରିବାର ନିଷ୍ପତ୍ତି ହେଉଛି ଆତଙ୍କବାଦର ବିଲୋପ ପାଇଁ ଭାରତ ଚଳାଇଥିବା ଉଦ୍ୟମର ସଫଳତା ଏବଂ ଭାରତର ଅଭିଯୋଗ ବିଶ୍ୱସ୍ତରରେ ଆଉ ହେୟଜ୍ଞାନ ହୋଇ ପାରିବ ନାହିଁ ବୋଲି ଏହା ପ୍ରମାଣ କରିଛି। ରାଜସ୍ଥାନର ଜୟପୁର ଠାରେ ଏକ ରାଲିରେ କହିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସୁଦ ଆଝାର ସମ୍ପର୍କରେ କହିଥିଲେ।
/kanak/media/post_attachments/wp-content/uploads/2019/04/pm-modi-in-greater-noida_d9406202-4290-11e9-96e6-2d3dd9dcb23f.jpg)
/kanak/media/post_attachments/wp-content/uploads/2019/04/modi_kathua_750_1555226962_618x347.jpeg)