କରୋନା ଲଢେଇ ପାଇଁ ମୋଦିଙ୍କ ୭ ମନ୍ତ୍ର । ଯାହା କରୋନା ଯୁଦ୍ଧରେ ଭାରତକୁ ଆଣିଦେବ ସଫଳତା ।

1,220

କନକ ବ୍ୟୁରୋ : କରୋନା ଯୁଦ୍ଧରେ ଜିତିବା ପାଇଁ ଲକଡାଉନ ଅବଧିକୁ ଆଉ ୧୯ ଦିନ ବଢାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ମେ’ ୩ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢାଇ ଦିଆଯାଇଛି । ଏପରିକି ଲକଡାଉନ କଟକଣାକୁ ଆହୁରି କଡାକଡି କରାଯିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆଉ ଏଭଳି ସ୍ଥିତିରେ କରୋନା ମୁକାବିଲା ପାଇଁ ମୋଦି ସାତ ମନ୍ତ୍ର ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି ।

ସୁରକ୍ଷା ପାଇଁ ସାତ କଥା
୧- ବୟସ୍କ ଲୋକଙ୍କ ସେବା କରନ୍ତୁ । ଯେଉଁମାନଙ୍କ ପୁରୁଣା ରୋଗ ରହିଛି ସେମାନଙ୍କ ଅଧିକ ଯତ୍ନ ନିଅନ୍ତୁ
୨- ଲକଡାଉନ ନିୟମ ଓ ସାମାଜିକ ଦୂରତାକୁ ପାଳନ କରନ୍ତୁ, ଘରୋଇ ମାସ୍କ ବ୍ୟବହାର କରନ୍ତୁ ।
୩- ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଆୟୁଷ ବିଭାଗର ନିର୍ଦ୍ଦେଶକୁ ମାନନ୍ତୁ
୪- ଆରୋଗ୍ୟ ସେତୁ ଆପ ଅଧିକରୁ ଅଧିକ ଡାଉନଲୋଡ କରନ୍ତୁ ଓ କରୋନା ସଂକ୍ରମଣଙ୍କୁ ରୋକନ୍ତୁ
୫- ଯେତେ ସମ୍ଭବ ଗରିବ ଲୋକ ମାନଙ୍କୁ ସାହାଯ୍ୟ ଓ ସହାୟତା କରନ୍ତୁ । ସେମାନଙ୍କର ଭୋଜନର ଆବଶ୍ୟକତା ପୂରଣ କରନ୍ତୁ ।
୬- ସବୁ କମ୍ପାନୀ, ଶିଳ୍ପ ସଂସ୍ଥାମାନେ ନିଜ କର୍ମଚାରୀଙ୍କ ଦରମା କାଟନ୍ତୁ ନାହିଁ
୭- କରୋନା ଲଢେଇରେ ନିଜକୁ ଆଗଧାଡିର ଯୋଦ୍ଧା ସଜାଇଥିବା ଡାକ୍ତର, ପୋଲିସ, ନର୍ସ, ସାମ୍ବାଦିକ, ସଫେଇ କର୍ମଚାରୀ ସମସ୍ତଙ୍କୁ ସମ୍ମାନ କରନ୍ତୁ