କନକ ବ୍ୟୁରୋ : ଗ୍ରୀସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀର୍ଘ ୪୦ ବର୍ଷ ପରେ ଗ୍ରୀସ ପହଞ୍ଚିଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ । ଶେଷଥର ପାଇଁ ୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଗସ୍ତରେ ଯାଇଥିଲେ । ଗ୍ରୀସର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ଦକ୍ଷିଣଆଫ୍ରିକା ଗସ୍ତ ସାରି ମୋଦୀ ଗ୍ରୀସରେ ପହଞ୍ଚିବେ ।

Advertisment

ଏହି ଅବସରରେ ଗ୍ରୀସ ପ୍ରଧାନମନ୍ତ୍ରୀ କିରିୟାକୋସ ମିତ୍ସୋଟାକିସକେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦୀ । ୨ ଦେଶ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଉଭୟଙ୍କ ଆଲୋଚନା ସମୟରେ ସ୍ୱାକ୍ଷାରିତ ହୋଇପାରେ । ଗ୍ରୀସରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ମୋଦୀ ଆଲୋଚନା କରିବାର କାଯ୍ୟକ୍ରମ ରହିଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉଭୟ ଦେଶର ସମ୍ପର୍କକୁ ମଜବୁତ କରିବ ବୋଲି କୁହାଯାଉଛି ।