କନକ ବ୍ୟୁରୋ: ଏକମାସର ବ୍ୟବଧାନରେ ପୁଣି ଓଡିଶା ଆସୁଛନ୍ତି ମୋଦି । ନିର୍ବାଚନ ପାଖେଇଆସୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୀତି ଉଷ୍ମ ହୋଇଛି । ଚଣ୍ଡୀଖୋଲରେ ମୋଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ସାଧାରଣ ସଭାକୁ ଉଦବୋଧନ ଦେବେ । ମୋଦି ଆସୁଥିବାରୁ ଭୁବନେଶ୍ୱରରୁ ଚଣ୍ଡୀଖୋଲ ଯାଏଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । କେବଳ ରାଜଧାନୀକୁ ଜଗିବେ ୧୫ ଫ୍ଲାଟୁନ ଫୋସ ର୍ା

ସାଧାରଣ ନିର୍ବାଚନ ପାଇଁ ବିଜେଡି-ବିଜେପି ମେଂଟ ଚର୍ଚ୍ଚା ବଢୁଛି । ଆଉ ଫେବୃଆରୀ ୩ର ଠିକ ମାସକ ପରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ସମୟରେ ଏତେ କମ ବ୍ୟବଧାନ ମଧ୍ୟରେ ପ୍ରଧାନମନ୍ତ୍ରୀ ଆସୁଥିବାରୁ ରାଜନୈତିକ ଉଷ୍ମତା ବଢିଯାଇଛି । ପ୍ରଧାନମନ୍ତ୍ରୀ ଅପରାହ୍ନରେ ଭୁବନେଶ୍ୱର ଆସି ସିଧା ଚଣ୍ଡୀଖୋଲ ଯିବେ ।

ମୋଦିଙ୍କ ସମ୍ଭାବ୍ୟ ଗସ୍ତସୂଚୀ
-୩ଟା ୧୫ରେ ଚଣ୍ଡୀଖୋଲରେ ପଂହଚିବା ପରେ ସରକାରୀ କାର୍ଯ୍ୟକ୍ରମ
-୧୯, ୬୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିବେ
-ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ
-୪ଟା ୧୫ରେ ସାଧାରଣ ସଭାରେ ଉଦବୋଧନ ଦେବେ ମୋଦୀ
-ବିଜେପି ବିଧାୟକ, ସାଂସଦ ଓ ନେତା ଉପସ୍ଥିତ ରହିବେ

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ଗସ୍ତ ଓ ସାଧାରଣ ସଭାକୁ ନେଇ ରାଜ୍ୟ ବିଜେପି ବେଶ ଉତ୍ସାହିତ ଅଛି । ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ କମିଶନର । ବିମାନବନ୍ଦରକୁ କଡା ନଜରରେ ରଖାଯାଇଛଇ । ଭୁବନେଶ୍ୱର ଡିସିପି ସୁରକ୍ଷା ଦାୟିତ୍ୱରେ ରହିବେ ।

-ବିମାନବନ୍ଦରରୁ ରାଜଭବନ ଯାଏଁ ସୁରକ୍ଷାକୁ ଅଧିକ ଗୁରୁତ୍ୱ
-ଡଗସ୍କ୍ୱାର୍ଡ ଓ ବମସ୍କ୍ୱାର୍ଡ ନିୟୋଜିତ ହେବେ
-ଦାୟିତ୍ୱରେ ରହିବେ ୬ଜଣ ଆଡିସିନାଲ ଡିସିପି, ୧୦ ଜଣ ଏସିପି, ୧୯ ଇନସ୍ପେକ୍ଟର, ୬୯ ଅଫିସର
-ବନ୍ଧୁକଧାରୀ ପୁଲିସ ଓ ଓଡ୍ରାଫ ଟିମ ବି ମୁତୟନ ରହିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଚଣ୍ଡୀଖୋଲ ଯାଏଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।