କନକ ବ୍ୟୁରୋ : ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । ଆଉ ରହିବନି ଚାକିରି ଟେନସନ । କାରଣ ନିଯୁକ୍ତିକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ସବୁବେଳେ ରୋଜଗାର ଓ ନିଯୁକ୍ତି ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କୁ ଘେରି ଆସିଛନ୍ତି ବିରୋଧୀ । କିନ୍ତୁ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ମେଗା ନିଯୁକ୍ତିର ନିଷ୍ପତ୍ତି ନେଇଛନ୍ତି ସରକାର । ଶହେ କି ହଜାର ନୁହେଁ ଲକ୍ଷ ଲକ୍ଷ ଆଶାୟୀଙ୍କୁ ମିଳିବ ନିଯୁକ୍ତି । ଆଉ ତାହା ବି ପୁଣି ଆଗାମୀ ଦେଢ ବର୍ଷ ମଧ୍ୟରେ ।
PM @narendramodi reviewed the status of Human Resources in all departments and ministries and instructed that recruitment of 10 lakh people be done by the Government in mission mode in next 1.5 years.
— PMO India (@PMOIndia) June 14, 2022
କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଫାଙ୍କା ପଡିଥିବା ପଦବୀ ଗୁଡିକୁ ମିଶନ ମୋଡରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମିଶନ ମୋଡରେ ଏହି ଅଭିଯାନ ଜାରି ରହିବ । ଅଥାର୍ତ ଆଗାମୀ ଦେଢ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୧୦ ଲକ୍ଷ ଚାକିରି ଆଶାୟୀଙ୍କୁ ନିଯୁକ୍ତି ମିଳିବ । ଏନେଇ ପିଏମଓ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସବୁ ବିଭାଗ ଓ ମନ୍ତ୍ରାଳୟର ଫାଙ୍କା ପଡିଥିବା ପଦବୀର ସମୀକ୍ଷା କରିଛନ୍ତି । ଏହାପରେ ଆଗାମୀ ଦେଢ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ପଦବୀରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏଥିପାଇଁ ସବୁ ବିଭାଗ ଦ୍ରୁତ ବେଗରେ କାର୍ଯ କରିବେ । ୨୦୨୦ ମାର୍ଚ୍ଚ ୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗରେ ୮.୭୨ ଲକ୍ଷ ପଦବୀ ଫାଙ୍କା ରହିଥିଲା । କିନ୍ତୁ ୨ ବର୍ଷ ଭିତରେ ଏହି ସଂଖ୍ୟା ବୃଦ୍ଧି ପାଇଛି । କରୋନା ମହାମାରୀ କାରଣରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଫାଙ୍କା ପଡିଥିବା ପଦବୀରେ ନିଯୁକ୍ତି ହୋଇନାହିଁ । ଆଉ ଏଭଳି ସ୍ଥଳେ ମୋଦୀଙ୍କ ଏଭଳି ଯୁବବର୍ଗଙ୍କ ମନରେ ଉତ୍ସାହ ଭରିଦେଇଛି । ଆଗକୁ ୨୦୨୪ ନିର୍ବାଚନ, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ନିଷ୍ପତ୍ତି ଶାସକ ଦଳକୁ ବେଶ ସୁହାଇବ ବୋଲି କୁହାଯାଉଛି ।