source-http://images.financialexpress.com
କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଦେଶ ପ୍ରେମର ନାରା । କହିଛନ୍ତି ଆମେ କେବଳ ନିଜ ପାଇଁ ବଂଚିବା ଶିଖିନାହୁଁ । ଆମେ ରହୁ ବା ନରହୁ ହେଲେ ଦେଶର କ୍ଷତି କରିବାକୁ ଦେବୁନାହିଁ । ଏ ସଂଗ୍ରାମ ଜାରି ରହିବ ।
କର୍ଣ୍ଣାଟକର ବିଦର-କଳାବୁର୍ଗୀ ରେଳ ଲାଇନର ଉଦ୍ଘାଟନ କରିବା ଅବସରରେ ମୋଦି ରବିବାର କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ, ଦିଲ୍ଲୀରୁ ଦିଆଯାଉଥିବା ଏକ ଟଙ୍କା ସମ୍ପୂର୍ଣ୍ଣ ରୂପେ ଗାଁରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚୁ। ମୋଦି କହିଛନ୍ତି କାର୍ଡ, ମୋବାଇଲ, ବ୍ୟାଙ୍କିଙ୍ଗ୍ ସେବା ସହିତ ଆଧାରକାର୍ଡକୁ ସଂଯୋଗ କରାଯାଇଛି। ଏପର୍ଯ୍ୟନ୍ତ ୫୭ ହଜାର ଲୋକଙ୍କୁ ସିଧାସଳଖ ଟ୍ରାନ୍ସଫର ଯୋଜନାରୁ ଲାଭ ମିଳୁଛି। ଏଣିକି ଆଉ ଅଧିକାରୀଙ୍କୁ କମିସନ ଦେବାକୁ ପଡୁନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକଦା ଆମ ଦେଶର ଜଣେ ପ୍ରଧାନମନ୍ତ୍ରୀ କହିଥିଲେ, ଦିଲ୍ଲୀରୁ ବାହାରି ଥିବା ଏକ ଟଙ୍କା ଗାଁରେ ପହଞ୍ଚିବା ବେଳକୁ ୧୫ ପଇସା ହୋଇ ଯାଉଛି। ମୋଟାମୋଟି ଭାବରେ କହିବାକୁ ଗଲେ ବିକାଶ ମୂଳକ ପାଇଁ ଆସୁଥିବା ଟଙ୍କାର ୮୫ ପ୍ରତିଶତ ବାଟ ମାରଣା ହୋଇ ଯାଉଛି।
Follow Us