ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ନିର୍ବାଚନି ସଭାରେ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ

ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଛନ୍ତି ମୋଦି

283

କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଛନ୍ତି ମୋଦି । ଝାରସୁଗୁଜାରୁ ସିଧାସଳଖ ସୋନପୁର ଓ ସୁନ୍ଦରଗଡ ଯିବେ ମୋଦି । ମିଳିଥିବା ସୂଚନା ଅନୁସାରେ, ମୋଦି ନିର୍ବାଚନୀ ପ୍ରଚାରରେ ଓଡିଶା ଆସିଛନ୍ତି । ଆଜି ୨ଟି ନିର୍ବାଚନୀ ସଭାରେ ମୋଦି ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର ରହିଛି କାର୍ଯ୍ୟକ୍ରମ । ତେବେ ମୋଦିଙ୍କ ଗସ୍ତକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରଥମେ ସୁନ୍ଦରଗଡରେ ଓ ପରେ ସୋନପୁରରେ ନିର୍ବାଚନୀ ସଭା କରିବେ ପ୍ରଧାନମନ୍ତ୍ରୀ । ତେବେ ମୋଦି ଗତ ୨ ତାରିଖରେ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଦୀର୍ଘ ୨୮ ବର୍ଷ ପରେ ସୋନପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଏତେ ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ଆସୁଥିବାରୁ ସ୍ଥାନୀୟ ଲୋକମାନେ ବେଶ ଉତ୍ସାହିତ ହୋଇଛନ୍ତି । ତେବେ ଆଜି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ସମୟରେ ମୋଦି କଣ କହୁଛନ୍ତି ତାହା ଉପରେ ରହିଛି ନଜର ।