‘ମନ କି ବାତ’ରେ ମୋଦୀ: କହିଲେ ‘ଡ୍ରୋନ୍ ଜ୍ଞାନକୌଶଳରେ ଭାରତକୁ ଅଗ୍ରଣୀ ହେବାକୁ ପଡିବ’

67

କନକ ବ୍ୟୁରୋ: ‘ମନ କି ବାତ’ର ୮୨ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସଂସ୍କରଣରେ ନୂଆ ଡ୍ରୋନ ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ । ‘ଦେଶବାସୀଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ କରିବାକୁ ପଡିବ । ଡ୍ରୋନ୍ ଜ୍ଞାନକୌଶଳରେ ଅଗୁଆ ହେବାକୁ ପଡିବ, ଏଥିପାଇଁ ଯୁବ ଶକ୍ତିକୁ ଏକଜୁଟ ହୋଇ ଆଗେଇ ଆସିବାକୁ ପଡିବ’ ବୋଲି କହିଛନ୍ତି ମୋଦୀ ।

ଦେଶକୁ ଶତ୍ରୁ ପକ୍ଷ ଏବେ ଡ୍ରୋନ୍ ମାଧ୍ୟମରେ ଟାର୍ଗେଟ କରୁଥିବାରୁ ଭାରତକୁ ମଧ୍ୟ ଏହାର ଠିକଣା ଜବାବ ଦେବାକୁ ପଡିବ । ଏହି ଡ୍ରୋନ ଆକ୍ରମଣର ଜବାବ ଡ୍ରୋନ ଆକ୍ରମଣରେ ହିଁ ଦେବାକୁ ପଡିବ । ଡ୍ରୋନ ନିର୍ମାଣ କ୍ଷେତ୍ରରେ ଭାରତ ଆରମ୍ଭ କରିସାରିଛି ନୂଆ ଡ୍ରୋନ ନୀତି । କିପରି ଅତ୍ୟାଧୁନିକ ଜ୍ଞାନକୌଶଳରେ ଲଢୁଆ ଡ୍ରୋନ ନିର୍ମାଣ କରାଯିବ ସେ ନେଇ ଗବେଷଣା ଚାଲିବା ସହ ଡ୍ରୋନର ନିର୍ମାଣ ମଧ୍ୟ ଚାଲିଛି । ଏଗୁଡିକୁ ବର୍ତ୍ତମାନ ଓ ଭବିଷ୍ୟତର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି । ହେଲେ ଏହି ନୀତିକୁ ଆଗେଇ ନେବାରେ ସବୁଠୁ ବଡ ଶକ୍ତି ହେଉଛି ଯୁବ ଶକ୍ତି । ଦେଶକୁ ଟେକ୍ନୋଲୋଜି କ୍ଷେତ୍ରରେ ସଶକ୍ତ କରିବାକୁ ହେଲେ ଯୁବଶକ୍ତିକୁ ଆଗେଇ ଆସିବାକୁ ପଡିବ ବୋଲି ମୋଦୀ ଗୁରୁତ୍ୱ ଦେଇଛନ୍ତି ।