କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ପରେ ସମାଲୋଚନା ମୂଳକ ପ୍ରଶ୍ନ କରିଛି କଂଗ୍ରେସ । ଟ୍ୱିଟ କରି କଂଗ୍ରେସ ନେତା ମନୀଷ ତିୱାରୀ ପ୍ରଶ୍ନ କରିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତ ପରେ ପାକିସ୍ତାନ ଦୁଇ ଭାଗ ହୋଇଥିଲା, ଏବେ ଦେଖିବା କଣ କରୁଛନ୍ତି ମୋଦି? ଇନ୍ଦିରା ଗାନ୍ଧୀ ୧୯୭୧ରେ ଯେତେବେଳେ ଲେହ ଗସ୍ତ କରିଥିଲେ ସେହି ସମୟର ଏହି ଫଟୋକୁ ପୋଷ୍ଟ କରିଛନ୍ତି କଂଗ୍ରେସ ନେତା ମନୀଷ ତିୱାରି । ଏହି ଫଟୋରେ ଲେହରେ ଇନ୍ଦିରା ଗାନ୍ଧୀ ସୈନିକଙ୍କୁ ଉଦବୋଧନ ଦେଉଛନ୍ତି ।
ଗଲୱାନ ଘାଟିଠାରୁ ଏହି ସ୍ଥାନର ପ୍ରାୟ ୨୨୦ କିଲୋମିଟର ହେବ । ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହାପରେ ବାଲାଂଦେଶ ସୃଷ୍ଟି ହୋଇଥିଲା । ତେଣୁ ଏଭଳି ପ୍ରଶ୍ନ କରି ମନୀଷ ତିୱାରୀ ଚୀନ୍ ବିରୋଧରେ ଯୁଦ୍ଧ ପାଇଁ ମୋଦୀ ସରକାରଙ୍କୁ ଉସୁକାଉଥିବାଚ୍ଚର୍୍ା ଆରମ୍ଭ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତର ଏକ ଫଟୋକୁ ସେୟାର କରି ମନୀଷ ତିୱାରୀ ଲେଖିଛନ୍ତି - ଇନ୍ଦିରା ଗାନ୍ଧୀ ଯେତେବେଳେ ଲେହ ଗସ୍ତରେ ଯାଇଥିଲେ ସେତେବେଳେ ପାକିସ୍ତାନ ଦୁଇ ଭାଗ ହୋଇଥିଲା । ଏବେ ଦେଖିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/manish-1.jpg)