କନକ ବ୍ୟୁରୋ: ଦିଲ୍ଲୀ କରିୟପ୍ପା ଗ୍ରାଉଣ୍ଡରେ ଚାଲୁଥିବା ଏନସିସି ର୍ୟାଲିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦେଇଥିଲେ ଏନସିସି କ୍ୟାଣ୍ଡିଡେଟ୍ । ସବୁ ଭିତରେ ସମସ୍ତଙ୍କ ଆଖି କିନ୍ତୁ ଅଟକି ଯାଇଥିଲା ମୋଦୀଜୀଙ୍କ ପଗଡି ଉପରେ । କଳା ରଙ୍ଗର ପଂଜାବୀ ପଗଡିରେ ନଜର ଆସିଥିଲେ ମୋଦୀ । ଭିନ୍ନ ଲୁକରେ ନଜର ଆସିଥିଲେ ।
୧୯୫୩ ଠାରୁ ପ୍ରତିବର୍ଷ ଏହି ଏନସିସି ପରେଡକୁ ଗଣତନ୍ତ୍ର ଦିବସ ପରେ ଆୟୋଜନ କରାଯାଏ । ଏହି ଅବସରରେ ମୋଦୀଜୀଙ୍କୁ ପାଖାପାଖି ୧୦୦୦ ଏନସିସି କ୍ୟାଣ୍ଡିଡେଟ୍ ମାର୍ଚ୍ଚ ପୋଷ୍ଟ ସଲାମୀ ଦେଇଥିଲେ । ପରେଡରେ ବେଷ୍ଟ କ୍ୟାଣ୍ଡିଡେଟଙ୍କୁ ମେଡାଲ ଓ ଟ୍ରଫି ଦିଆଯାଇଥିଲା । ତେବେ ଏହି ପରେଡରେ ସବୁଠୁ ନିଆରା ଥିଲା ପ୍ରଧାନମନ୍ତ୍ରୀଙ୍କ ପଂଜାବୀ ପଗଡି । କଳା ରଙ୍ଗର ପଗଡି ଉପରେ ଅଟକି ଯାଇଥିଲା ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/20-35.jpg)