କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ! ଫଟୋକୁ ନେଇ ଆପତ୍ତି ଉଠାଇଲା ଟିଏମସି, କହିଲା ଏହା ପବ୍ଲିସିଟି ଷ୍ଟଣ୍ଟ୍ ।

Advertisment
କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ! ଫଟୋକୁ ନେଇ ଆପତ୍ତି ଉଠାଇଲା ଟିଏମସି, କହିଲା ଏହା ପବ୍ଲିସିଟି ଷ୍ଟଣ୍ଟ୍ ।

କନକ ବ୍ୟୁରୋ: କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ସାରା ଦେଶରେ କୋଭିଜ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଥିବା ବେଳେ ଟିକା ନେଉଥିବା ବ୍ୟକ୍ତିମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି । ଏହି ପ୍ରମାଣ ପତ୍ରରେ ମୋଦିଙ୍କ ଏକ ଫଟୋ ରହିଛି । ଏଥିରେ ଲେଖାଅଛି ଏକାଠି ଲଢିଲେ ଭାରତ କରୋନା ବିରୋଧି ଲଢେଇରେ ଜିତିବ । ସେହିପରି ଟିକା ସହ ସତର୍କତା ମଧ୍ୟ ଜରୁରୀ ବୋଲି ଲେଖାଅଛି । ଏହି ଫଟୋକୁ ନେଇ ଆପତି ଉଠାଇଛି ଟିଏମସି । ଯେହେତୁ ପଶ୍ଚିମବଙ୍ଗରେ ଆଗକୁ ନିର୍ବାଚନ ହେବାର ଅଛି, ତେଣୁ ଏହାକୁ ପ୍ରସଙ୍ଗ କରିଛି ଟିଏମସି । ଏନେଇ ଟିଏମସି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ଟିଏମସି ସାଂସଦ ଡାରେକ ଓବ୍ରାଏନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe