କନକ ବ୍ୟୁରୋ : ୭ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ହୁଷ୍ଟନ ସହରରେ ପହଂଚି ସାରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଉପସ୍ଥିତ ରହିବେ । ତେବେ ମୋଦି ବିମାନ ବନ୍ଦରରେ ଯାହା କଲେ ତାହା ଜାଣିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ ।
ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଇ ହୁଷ୍ଟନରେ ପହଞ୍ଚିବା ପରେ ବିମାନ ବନ୍ଦରରେ ତାଂକୁ ସ୍ୱାଗତ କରାଯାଇଥିଲା । ଏହି ସ୍ୱାଗତ ସମୟରେ ଜଣେ ଆମେରିକୀୟ ମହିଳା ଅଧିକାରୀ ମୋଦିଙ୍କୁ ଏକ ଫୁଲ ତୋଡା ପ୍ରଦାନ କରିଥିଲେ । ବେଶ ଉତ୍ସୁକତାର ସହ ମୋଦି ତାହାକୁ ଗ୍ରହଣ କରିଥିଲେ ମଧ୍ୟ । ହେଲେ ଏହାକୁ ଧରିବା ବେଳେ ଫୁଲତୋଡାରୁ ଗୋଟିଏ ଫୁଲ ପାଖୁଡା ତଳେ ପଡିଯାଇଥିବା ଦେଖିବାକୁ ମିଳିଲା ।
#WATCH United States: PM Narendra Modi arrives in Houston, Texas. He has been received by Director, Trade and International Affairs, Christopher Olson and other officials. US Ambassador to India Kenneth Juster and Indian Ambassador to the US Harsh Vardhan Shringla also present. pic.twitter.com/3CqvtHkXlk
— ANI (@ANI) September 21, 2019
ଧିରେ ଧିରେ ଆଗକୁ ବଢିବାରେ ଲାଗିଥିଲେ ମୋଦି । କିନ୍ତୁ ଏହାର ଆଭାସ ମିଳିବା ମାତ୍ରେ ପଛକୁ ଫେରିବା ସହ ତଳେ ପଡିଯାଇଥିବା ଫୁଲ ତୋଡାକୁ ଉଠାଇ ନେଇଥିଲେ ମୋଦି । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସେଠାରେ ଉପସ୍ଥିତି ଥିବା ଆମେରିକା ଅଧିକାରୀ । କେବଳ ଉଠାଇ ନଥିଲେ ବରଂ ତାହାକୁ ଜଣେ ଅଧିକାରୀଙ୍କୁ ମଧ୍ୟ ଦେଇଥିଲେ ।
କୁହାଯାଉଛି ପୁଣି ଥରେ ପ୍ରୋଟୋକୋଲ ଭାଂଗିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ଦେଖିବା ପରେ ସ୍ୱଚ୍ଛତାକୁ ନେଇ କେତେ ଗମ୍ଭୀର ପ୍ରଧାନମନ୍ତ୍ରୀ ତାହା ପୂରା ଜଣାଯାଉଛି । ମୋଦି ଯେଉଁ ସ୍ଥାନରେ ରହିବେ ତାହାର ଚାରିପାଖ ପରିବେଶ ମଧ୍ୟ ବେଶ ପରିସ୍କାର ବୋଲି ସୂଚନା ରହିଛି । ତେବେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ପ୍ରବାୟୀ ଭାରତୀୟ ମାନେ ହାତରେ ତ୍ରିରଙ୍ଗା ଧରିଥିବା ଦେଖିବାକୁ ମିଳିଛି । ୩ ଘଂଟାର ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ୫୦ ହଜାର ଟିକେଟ କାର୍ଯ୍ୟକ୍ରମ ଲାଗି ବିକ୍ରି ହୋଇଛି ।