କନକ ବ୍ୟୁରୋ : କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଅନେକ ଯୋଜନା କରୁଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ମୋଦି ସରକାର ବର୍ତମାନ ସମୟରେ କୃଷକମାନଙ୍କ ପାଇଁ ସୋଲାର ପମ୍ପକୁ ରିହାତି ଦରରେ ଯୋଗାଇ ଦେବା ପାଇଁ ଚିନ୍ତା କରୁଛନ୍ତି । କିପରି ଭାବରେ କୃଷକମାନେ ଭଲରେ ଫସଲ କରିପାରିବେ ସେଥିପାଇଁ ସେମାନଙ୍କୁ ସୋଲାର ପମ୍ପ ଖୁବଶୀଘ୍ର ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଯେଉଁ କୃଷକମାନେ ଏହି ପମ୍ପ କିଣିବେ ସେମାନଙ୍କୁ ୪୦ ପ୍ରତିଶତ ଅର୍ଥ ଦେବାକୁ ପଡିବ ବୋଲି ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପମ୍ପର ଯେତିକି ମୂଲ୍ୟ ଥିବ ତାହାର ମୂଲ୍ୟକୁ କେନ୍ଦ୍ର ସରକାର ୩୦ ପ୍ରତିଶତ, ରାଜ୍ୟ ସରକାର ୩୦ ପ୍ରତିଶତ ଓ ସମ୍ପୃକ୍ତ ଚାଷୀ ୪୦ ପ୍ରତିଶତ ଅର୍ଥ ଦେବେ ବୋଲି ଜଣାପଡିଛି । କେବଳ କେନ୍ଦ୍ର ନୁହେଁ ବରଂ ରାଜ୍ୟ ସରକାରଙ୍କ ଏଥିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଏହାସହ ଏହି ପମ୍ପର ଦାମ ୯୦ ହଜାର ଟଙ୍କା ରହିଥିବା ଜଣାପଡିଛି । ତେବେ କୃଷକମାନଙ୍କୁ ୩୬ହଜାର ଟଙ୍କା ଦେବାକୁ ପଡିବ । ଦେଶରେ କିପରି ଭାବରେ କୃଷକମାନେ ଉନ୍ନତି କରିବେ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି । ତେଣୁ ଏପରି ଯୋଜନା ହେଲେ କୃଷକମାନେ ଲାଭ ପାଇବେ ବୋଲି ଜଣାପଡିଛି ।