ଭାରତୀୟ ସେନା ବିଷୟରେ କେତେ ଜାଣନ୍ତି ଆପଣ, ସରକାର ଦେଉଛନ୍ତି ୧୦ ହଜାର ଟଙ୍କା ଜିତିବାର ସୁଯୋଗ

269

ପୁଲୱାମା ଆକ୍ରମଣର ଜବାବରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ପାକ୍ ଅଧିକୃତ କାଶ୍ମୀରରେ ପସି ଜେଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ । ଯଦି ଆପଣ ଭାରତ ଓ ଭାରତୀୟ ସେନା ବିଷୟରେ ଜାଣିଛନ୍ତି, ତେବେ ଆପଣ ମାତ୍ର ୧ ମିନିଟରେ ୧୦ ହଜାର ଟଙ୍କା ଜିତିପାରିବେ । ଜାଣନ୍ତୁ କେମିତି ଜିତିବେ ୧୦ହଜାର ଟଙ୍କା ।

କେନ୍ଦ୍ର ସରକାରଙ୍କ ଦ୍ୱାରା mygov.in ରେ ପ୍ରତି ସପ୍ତାହ କୁଇଜ୍ ର ଆୟୋଜନ କରେ । ଏଥର ଯେଉଁ ବିଷୟରେ ପ୍ରଶ୍ନ କରାଯାଇଛି, ତାହା ଆର୍ମି ସହିତ ସମ୍ବନ୍ଧିତ । ଏହି କୁଇଜ୍ ଆପଣ ୨୬ ଫେବୃୟାରୀ ରାତି ୧୨ଟା ପୂର୍ବରୁ ଖେଳିପାରିବେ । ଆସନ୍ତୁ ଜାଣିବା ଆପଣ କେମିତି ଏହି କୁଇଜରେ ସାମିଲ ହୋଇପାରିବେ ।

ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ରହୁଥିବା ବ୍ୟକ୍ତିଙ୍କୁ ୧୦ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୭୫୦୦ ଟଙ୍କା ଓ ପୁରସ୍କାର ୨୦୦୦ ଟଙ୍କା ଅଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରଥମେ ଆପଣଙ୍କୁ mygov.inରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାପରେ ଆପଣ ଲଗ ଇନ୍ କରି ପ୍ରତିଯୋଗିତାରେ ସାମିଲ ହୋଇପାରିବେ । ୧୦ଟି ପ୍ରଶ୍ନର ଜବାବ ପାଇଁ ଆପଣଙ୍କୁ ୧୦୦ ସେକେଣ୍ଡ ମିଳିବ । ଆପଣଙ୍କୁ ୧୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଗୋଟିଏ ସପ୍ତାହ ପରେ ଜାଣିବେ, ଆପଣ ବିଜେତା କି ନୁହେଁ । ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ ।