କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି । ବୁଧବାର ଦିନ ଖଡଗେ ଦାବି କରିଛନ୍ତି କି, ମୋଦୀ ସରକାର ଏପର୍ଯ୍ୟନ୍ତ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମନରେଗା ଯୋଜନାରେ ୬,୩୩୬ କୋଟି ଟଙ୍କା ବକେୟା ରାଶି ପ୍ରଦାନ କରିନାହାଁନ୍ତି ।

Advertisment

ଖଡଗେ କହିଛନ୍ତି କି ୧୮ ବର୍ଷ ପୂର୍ବେ କଂଗ୍ରେସ ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରମୁଖ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ମନରେଗା ଯୋଜନାକୁ ବି ବିଜେପି ସରକାର ଦୁର୍ବଳ କରିବାରେ ଲାଗିଛି । ୨୦୦୫ ମସିହା ଆଜିର ଦିନରେ କଂଗ୍ରେସ ସରକାର ଦେଶର କୋଟି କୋଟି ଗ୍ରାମୀଣ ଲୋକଙ୍କ ରୋଜଗାର ଅଧିକାରକୁ ସୁନିଶ୍ଚିନ୍ତ କରିବାକୁ ମନରେଗା ଯୋଜନା ଲାଗୁ କରିଥିଲେ ।

ମନରେଗା ଯୋଜନାକୁ କେନ୍ଦ୍ର ସରକାର ଦୁର୍ବଳ କରୁଛନ୍ତି । ଏନେଇ ଖଡଗେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ବିଜେପି ସରକାର ଚଳିତ ବର୍ଷ ମନରେଗା ଯୋଜନାରେ ୩୩ ପ୍ରତିଶତ କାଟି ଦେଇଛନ୍ତି    । ଏହାସହ ସରକାର ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଚଳିତ ବର୍ଷ ୬.୩୩୬ କୋଟି ଟଙ୍କା ବକେୟା ରାଶି ପ୍ରଦାନ କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଖଡଗେ କହିଛନ୍ତି କି କରୋନା ସମୟରେ ଯେତେବେଳେ ସରକାର କଟକଣା ଲଗାଇଲେ ସେତେବେଳେ ଗ୍ରାମୀଣ ଲୋକଙ୍କ ପାଇଁ ମନରେଗା ଯୋଜନା ସଞ୍ଜିବନୀ ଭଳି କାମ କରିଥିଲା । ମନରେଗା ଯୋଜନା କରୋନା କଟକଣା ସମୟରେ ୮୦ ପ୍ରତିଶତ ଗ୍ରାମୀଣ ଶ୍ରମିକଙ୍କ ଅସୁବିଧା ଦୂର କରିଥିଲା ।