ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ । କହିଲେ, ଜନତାଙ୍କୁ ଦୁଃଖ ଦେବାରେ ରେକର୍ଡ ସୃଷ୍ଟି କରିଛନ୍ତି ମୋଦି

Advertisment
ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ । କହିଲେ, ଜନତାଙ୍କୁ ଦୁଃଖ ଦେବାରେ ରେକର୍ଡ ସୃଷ୍ଟି କରିଛନ୍ତି ମୋଦି

ପେଟ୍ରୋଲ ଏବଂ ଡିଜେଲ୍‌ ଦର ବୃଦ୍ଧି ପ୍ରସଙ୍ଗରେ ରବିବାର ଦିନ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ, ଜନତାଙ୍କୁ ଦୁଃଖ ଦେବାରେ ମୋଦୀ ସରକାର ରେକର୍ଡ ସୃଷ୍ଟି କରିଛନ୍ତି।

ଏବର୍ଷ ପେଟ୍ରୋଲ୍‌ ଦର ଟ. ୨୩.୫୩ ବୃଦ୍ଧି ପାଇ ପାଇଥିବା ଗଣମାଧ୍ୟମ ରିପୋର୍ଟ ‘ଟ୍ୟାଗ୍‌’ କରି କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌ କରିଛନ୍ତି। ହିନ୍ଦୀ ଭାଷାରେ ଲିଖିତ ଉକ୍ତ ଟୁଇଟ୍‌ରେ ସେ ଲେଖଛନ୍ତି, ମୋଦୀଜୀଙ୍କ ସରକାର ଜନତାଙ୍କୁ ଦୁଃଖ ଦେବାରେ ବଡ଼ ବଡ଼ ରେକର୍ଡ ସୃଷ୍ଟି କରିଛି।

ସବୁଠୁ ଅଧିକ ବେକାରୀ: ମୋଦୀ ସରକାରରେ

ସରକାରୀ ସମ୍ପତ୍ତି ବିକ୍ରି ହୋଇଛି: ମୋଦୀ ସରକାରରେ

ବର୍ଷକରେ ସବୁଠୁ ବେଶୀ ପେଟ୍ରୋଲ୍‌ ଦର ବଢ଼ିଛି: ମୋଦୀ ସରକାରରେ

କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଯ୍ୟେଓ୍ଵାଲା ମଧ୍ୟ ସେହି ଗଣମାଧ୍ୟମ ରିପୋର୍ଟକୁ ଟ୍ୟାଗ୍‌ କରି ଲେଖିଛନ୍ତି ‘ଅଚ୍ଛେ ଦିନ୍‌’ (ସୁଦିନ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe