ଭାରତୀୟ ବ୍ୟାଙ୍କଗୁଡ଼ିକଠାରୁ କୋଟି କୋଟି ଟଙ୍କା ଋଣ ନେଇ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ଆଜି ସକାଳେ ଏକ ଟ୍ୱିଟ୍ କରିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ଭାରତରେ ଏବେ ସେ ଜଣେ ପୋଷ୍ଟର ବୟ । ଏହା ପ୍ରମାଣିତ ବି ହୋଇଛି । ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ବି ଉଲ୍ଲେଖ କରିଛନ୍ତି ।
ବିଜୟ ମାଲ୍ୟା ଟ୍ୱିଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କହିଥିଲେ ଯେ ମାଲ୍ୟା ୯ ହଜାର କୋଟି ପଇଠ କରିବାକୁ ଥିବା ବେଳେ କେନ୍ଦ୍ର ସରକାର ତାଙ୍କ ଠାରୁ ୧୪ ହଜାର କୋଟି ଟଙ୍କା ଆଦୟ କରି ସାରିଛି । ବିଜୟ ମାଲ୍ୟା ଆହୁରି ଉଲ୍ଲେଖ କରିଛନ୍ତି ଯେ ତାଙ୍କଠାରୁ ଅର୍ଥ ଆଦାୟ ହେବା ପରେ ମଧ୍ୟ ବିଜେପିର ଲୋକେ କାହିଁକି ଏବେ ବି ପୁରୁଣା କଥାକୁ ଦୋହରାଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ,ଏହା ପୂର୍ବରୁ ମଧ୍ୟ ବିଜୟ ମାଲ୍ୟା ଟ୍ଵିଟ୍ ଜରିଆରେ ବ୍ୟାଙ୍କ୍ ଗୁଡିକ ଉପରେ ବର୍ଷିଥିଲେ । ବ୍ୟାଙ୍କ୍ ଗୁଡିକ ଚୋର ବୋଲି ଦର୍ଶାଉଥିବାର ସେ ଅଭିଯୋଗ ଆଣିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/extradition-mallya-westminster-magistrates-london-outside-waits_5f131420-300c-11e9-967b-5cdb4de5a68c.jpg)
/kanak/media/post_attachments/wp-content/uploads/2019/03/Vijay-Mallya--300x208.jpg)