ମୋଦି ସରକାର ପ୍ରତି ସମୟରେ ସାଧାରଣ ଲୋକ ମାନଙ୍କ ପାଇଁ ଟଙ୍କା ରୋଜଗାର କରିବାର ନୂଆ ନୂଆ ଯୋଜନା ମାନ ବାହାର କରିଥାନ୍ତି । ଏଥି ସହିତ ଯୁବ ପିଢି ମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରିଥାନ୍ତି । ଠିକ ସେହିଭଳି ଏବେ ମୋଦି ସରକାର ଯୁବପିଢି ମାନଙ୍କ ପାଇଁ ଏକ ରଚନା ଲେଖା ପ୍ରତିଯୋଗିତା ଆୟୋଜନ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାଗ ନେଇ ଯୁବପିଢିମାନେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପୁରଷ୍କାର ଜିତିପାରିବେ । ସବୁଠାରୁ ବଡ କଥା ହେଉଛି ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆପଣଙ୍କୁ କେଉଁଆଡେ ଜିବାକୁ ପଡିବ ନାହିଁ କିମ୍ବା କୌଣସି ପ୍ରକାର କଠିନ ପରିଶ୍ରମ କରିବାକୁ ପଡିବ ନାହିଁ । ଘରେ ବସି ମାତ୍ର କେଇ ସମୟ ମଧ୍ୟରେ ଟଙ୍କା ରୋଜଗାର କରିବାର ସୁଜୋଗ ଦେଇଛନ୍ତି ମୋଦି ସରକାର ।

କିପରି ରୋଜଗାର କରିବେ ଟଙ୍କା

ମୋଦି ସରକାର ଏକ ରଚନା ଲେଖା ପ୍ରତିଯୋଗିତାର ଆୟୋଜନ କରିଛନ୍ତି । ଏହି ଆୟୋଜନରେ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ଯୁବକ ଭାଗ ନେଇପାରିବେ । ଏହି ପ୍ରତିଯୋଗିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଉଛି ଜୁନିୟର ଲେବର । ଯେଉଁଥିରେ ୧୫ ରୁ ୧୮ ବର୍ଷ ବୟସର ପିଲା ଭାଗ ନେଇପାରିବେ । ଦ୍ୱିତୀୟଟି ହେଉଛି ସିନିୟର ଲେବର, ଯେଉଁଥିରେ ୧୮ ରୁ ୨୫ ବର୍ଷ ବୟସର ଯୁବକ ଭାଗ ନେଇପାରିବେ ଏବଂ ଏହି ପ୍ରତିଯୋଗିତାରେ ବିଜୟ ହୋଇ ୨୫ ହଜାର ଟଙ୍କା ପୁରଷ୍କାର ଜିତିପାରିବେ ।

କେଉଁ ବିଷୟରେ ଲେଖାଯିବ ରଚନା

ଜୁନିୟର ଲେବରର ପିଲାଙ୍କ ପାଇଁ “ଜଳବାୟୁ ପରିବର୍ତ୍ତନ ଭାରତର ବିଦେଶ ନିତି ପାଇଁ ମୂଖ୍ୟ କାହିଁକି” ବିଷୟ ଉପରେ ରଚନା ଲେଖିବାକୁ ପଡିବ । ସିନିୟର ଲେବରଙ୍କ ପାଇଁ “କଣ ଭାରତର ବିଦେଶ ନିତି ଆମର ବିକାଶ ପାଇଁ ମୂଖ୍ୟ ଅଟେ” ଏହି ସମ୍ଭନ୍ଧରେ ରଚନା ଲେଖିବାକୁ ପଡିବ ।

କେମିତି ମିଳିବ ପୁରଷ୍କାର

ଜୁନିୟର ଲେବର ବିଜେତାଙ୍କୁ ୧୫ ହଜାର ଟଙ୍କା ପୁରଷ୍କାର ମିଳିବ । ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ୧୦ ହଜାର । ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ୫ ହଜାର ଚଙ୍କା ପୁରଷ୍କାର ମିଳିବ । ଠିକ ସେହିଭଳି ସିନିୟର ଲେବର ପ୍ରଥମ ସ୍ଥାନ ପାଇଁ ୨୫, ଦ୍ୱିତୀୟ ସ୍ଥାନ ପାଇଁ ୧୫ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରଷ୍କାର ମିଳିପାରିବ । ଏହି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଏହି ୱେବସାଇଟରେ ଲଗଇନ କରନ୍ତୁ https://goo.gl/wehpML ।

ଆବେଦନର ଶେଷ ତାରିଖ

ମୋଦି ସରକାରଙ୍କ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଶେଷ ତାରିଖ ହେଉଛି ୩୧ ଜୁଲାଇ । ଏହି ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ Mygov.in  ୱେବସାଇଟରେ ଲଗଇନ କରି ଏହାର ନିୟମ ଗୁଡିକୁ ଭଲ ଭାବେ ଜାଣିପାରିବେ ।