ତାଲିବାନଙ୍କୁ ନେଇ କ’ଣ ହେବ ଭାରତର ଆଗାମୀ ରଣନୀତି ? ଆଜି ସର୍ବଦଳୀୟ ବୈଠକରେ ମାନସ ମନ୍ଥନ କରିବେ ପ୍ରଧାନମନ୍ତ୍ରୀ 

ଆଫଗାନିସ୍ତାନରେ ୨୨ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିଛି ଭାରତ

181

କନକ ବ୍ୟୁରୋ : ତାଲିବାନ ନେଇ କ’ଣ ହେବ ଭାରତର ଆଗାମୀ ରଣନୀତି ? ଏନେଇ ଆଜି ବସୁଛି ସର୍ବଦଳୀୟ ବୈଠକ  । ଦିନ ୧୧ଟାରେ ସର୍ବଦଳୀୟ ବୈଠକ ବସିବ । ଆଫଗାନିସ୍ତାନ ସ୍ଥିତି ନେଇ ସବୁ ଦଳକୁ ସୂଚନା ଦିଆଯିବ  । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଫଗାନ ସ୍ଥିତି ନେଇ ସୂଚନା ଦେବେ  । ଆଫଗାନିସ୍ତାନରେ ଭାରତ ବଡ ନିବେଶ କରିଛି  । ପ୍ରାୟ ୨୨ ହଜାର କୋଟି ଟଙ୍କାର ଏକାଧିକ ପ୍ରକଳ୍ପ କରିଛି ଭାରତ  ।

ସଲମା ଡ୍ୟାମ୍, ସଂସଦ ଭବନ ଓ ଜାତୀୟ ରାଜପଥରୁ ଆରମ୍ଭ କରି ସ୍କୁଲ, ହସ୍ପିଟାଲ ଓ ଲାଇବ୍ରେରୀ ପରି ଏକାଧିକ ପ୍ରକଳ୍ପ କରୁଛି ଭାରତ  । ଏବେ ତାଲିବାନ କବଜା କରିବା ପରେ ଭାରତ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି  । ଏପରି ସ୍ଥିତିରେ ଭାରତ କ’ଣ ରହିବ ରଣନୀତି, ସେନେଇ ଆଲୋଚନା କରାଯିବ  । ତାଲିବାନ ଶାସନ ପରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ  । ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି  । ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଭାରତୀୟଙ୍କୁ ଆଫଗାନିସ୍ତାନରୁ ସ୍ୱଦେଶ ଫେରାଇ ଅଣାଯାଇ ସାରିଲାଣି  ।