ମୋଦି ସରକାରଙ୍କ ନୂଆ ଯୋଜନା ! କରନ୍ତୁ ଏହି କାମ, ଆଉ ଘରେ ବସି ପାଆନ୍ତୁ ୫୦,୦୦୦ ଟଙ୍କା ।

78

ମୋଦି ସରକାର କ୍ରମାଗତ ଭାବେ ସାଧାରଣ ନାଗରିକଙ୍କୁ ପ୍ରଶାସନର କାର୍ଯ୍ୟ ସହ ଯୋଡିବା ପାଇଁ କିଛି ନା କିଛି ଆୟୋଜନ କରିଥାନ୍ତି । ପୁଣି ଥରେ ମୋଦି ସରକାର ଏମିତି ହିଁ ଏକ ଆୟୋଜନ କରିବାକୁ ଯାଉଛନ୍ତି । ତେବେ ଏହି ଆୟୋଜନରେ ଅଂଶ ଗ୍ରହଣ କରିବା ପାଇଁ ଆପଣଙ୍କୁ କୁଆଡେ ଯିବା ପାଇଁ ପଡିବ ନାହିଁ । ଆପଣ ଆପଣଙ୍କ ଘରେ ରହି ଏଥିରେ ଅଂଶଗ୍ରହଣ କରି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିତିପାରିବେ ।

 

କେନ୍ଦ୍ର ସରକାର ଗ୍ରାମୀଣ ଭାରତରେ ଇଣ୍ଟରନେଟ ସେବା ପହଞ୍ଚାଇବା ପାଇଁ ଭାରତନେଟ୍ ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହା ଜରିଆରେ ୨.୫ ଲକ୍ଷ ଗ୍ରାମ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ସହ ଯୋଡାଯିବ । ଏବଂ ଆପଣଙ୍କୁ ଏହି ପ୍ରୋଜେକ୍ଟ ପାଇଁ କାମ କରିବାକୁ ହେବ ।

ଆପଣ କେଉଁ କାମ କରିବେ ?

ଯଦି ଆପଣ ଡିଜାଇନ କରିବାରେ ମାହିର ଅଟନ୍ତି, ତେବେ ଏହି ଆୟୋଜନ ଆପଣଙ୍କ ଅନେକ କାମରେ ଲାଗିବ । ମୋଦି ସରକାର ଭାରତନେଟ୍ ପ୍ରୋଜେକ୍ଟ ପାଇଁ ନୂଆ ଲୋଗ ପ୍ରସ୍ତୁତ କରୁଛନ୍ତି । ଏହି ପ୍ରୋଜେକ୍ଟକୁ ସେ ସାଧାରଣ ନାଗରିକ ମାନଙ୍କ ଦ୍ୱାରା ପୁରା କରିବାକୁ ଚାହୁଁଛନ୍ତି ।

 

ଏହି ଲୋଗ ପ୍ରସ୍ତୁତ ହେବା ପରେ ଆପଣଙ୍କୁ ଏହାକୁ ସବମିଟ କରିବା ପାଇଁ କେଉଁଠାକୁ ଯିବାକୁ ପଡିବନି । ଏହାକୁ ଆପଣଙ୍କୁ ଅନଲାଇନରେ ଜମା କରିବାକୁ ପଡିବ । କିନ୍ତୁ ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ଆପଣଙ୍କୁ ଏହାର ନିୟମ ଏବଂ କିଛି ସର୍ତ୍ତ ବିଷୟରେ ଜାଣିବାକୁ ପଡିବ ।  ଯଦି ଆପଣଙ୍କ ଲୋଗୋ ସବୁଠାରୁ ଉତ୍ତମ ପ୍ରମାଣିତ ହେବ ତେବେ ଆପଣଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ । ଏହା ସହ ଅନ୍ୟ ୫ଟି ଭଲ ଲୋଗୋ କରିଥିବା ବ୍ୟକ୍ତିଙ୍କୁ ସାନ୍ତ୍ୱନାମୂଳକ ହିସାବରେ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ ।

ଯଦି ଆପଣ ଏଥିରେ ଭାଗ ନେବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ମେ ୧୫ ତାରିଖ ପୂର୍ବରୁ ନିଜ ପ୍ରବେଶ ଜମା କରିବାକୁ ପଡିବ । ଏହା ପରେ ଆପଣ http://www.mygov.in/task/bharatnet-logo-design-contest/ ରେ କ୍ଲିକ କରି ଏହାର ସମସ୍ତ ନିୟମ ଏବଂ ସର୍ତ୍ତ ବିଷୟରେ ଜାଣିପାରିବେ ।