କରୋନା ମୁକାବିଲା ପାଇଁ ତ୍ରୀସ୍ତରୀୟ ରଣନୀତି । ଦେଶର ସମସ୍ତ ଜିଲ୍ଲାକୁ ତିନୋଟି ଭାଗରେ ବିଭକ୍ତ କଲେ ସରକାର । ହଟସ୍ପଟ୍, ନନ୍-ହଟସ୍ପଟ୍ ଓ ଗ୍ରୀନ ଜୋନ୍ ଜିଲ୍ଲା ଭାବେ ଚିହ୍ନଟ ।

Advertisment
ଦେଶରେ ଦଶ ହଜାର ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା : ମୃତ୍ୟୁ ସଂଖ୍ୟା ୩୩୯ରେ ପହଞ୍ଚିଲା , ମହାରାଷ୍ଟ୍ରରେ ସର୍ବାଧିକ ୨୩୩୪ ଆକ୍ରାନ୍ତ

କନକ ବ୍ୟୁରୋ: ଭାରତରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ବେଳେ କେବଳ ହଟସ୍ପଟ୍ ଅଂଚଳରେ ସ୍ଥାନୀୟ ସଂକ୍ରମଣ ହୋଇଥିବା କହିଛି ସ୍ୱାସ୍ଥ୍ର ମନ୍ତ୍ରଣାଳୟ । ଦେଶରେ ଦ୍ୱିତୀୟ ତାଲାବନ୍ଦର ପ୍ରଥମ ଦିନରେ ଏନେଇ ସୂଚନା ଦେଇ କେନ୍ଦ୍ର ସରକାର ।

ଏପରିକି କେଣ୍ଟନମେଣ୍ଟ ପରାମର୍ଶକୁ ପାଳନ କରିବା ସହ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରିବାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏହାସହ ଅବରୋଧ ଅଂଚଳ ପାଇଁ ସ୍ୱତନ୍ତ୍ର ରଣନୀତି ଆଣିଛନ୍ତି କେନ୍ଦ୍ର ସରକାର । ତିନୋଟି ବିଭାଗରେ ଦେଶରେ ସମସ୍ତ ଜିଲ୍ଲାକୁ ବିଭାଗ କରାଯାଇଛି । ପ୍ରଥମ ବିଭାଗ ହଟ ସ୍ପଟ୍ ଜିଲ୍ଲା, ଦ୍ୱିତୀୟ ବିଭାଗ ଅଣ-ହଟସ୍ପଟ୍ ଜିଲ୍ଲା ଓ ଗ୍ରୀନ ଜିଲ୍ଲା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ ।

ସବୁଠାରୁ ବଡ଼କଥା ହେଲା କି, ଏଥିରେ ୧୭୦ ହଟସ୍ପଟ୍ ଜିଲ୍ଲା ଓ ୨୦୭ ଅଣ- ହଟ୍ସ୍ପଟ୍ ଜିଲ୍ଲାକୁ ଚିହ୍ନଟ କରାଯାଇଛି । ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ୍ ଡିଜି, ଜିଲ୍ଲାପାଳ, ଏସ୍ପି, ମୁନସିପାଲ୍ କମିଶନର୍ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଭିଡିଓ କନଫରେନ୍ସରେ କ୍ୟାବିନେଟ ସଚିବଙ୍କ ଆଲୋଚନା ପରେ ଅବରୋଧ ଅଂଚଳକୁ ନେଇ କିଛି ଏହିପରି ଗାଇଡଲାଇନ୍ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe