ବିଜୁଳୀ ଚୋରୀ କଲେ ଅନ୍ଧାରରେ ରହିବେ ! ମୋଦି ସରକାର ଆଣୁଛନ୍ତି ନୂଆ ସ୍କିମ୍ , ଏବେ ସଚ୍ଚୋଟରେ ବ୍ୟବହାରକଲେ ପାଇବେ ୨୪ ଘଣ୍ଟିଆ ବିଜୁଳୀ , ନହେଲେ ଦେଖିବେ ଅନ୍ଧାର

572

ଏବେ ବିଜୁଳୀ ଚୋରୀ କଲେ ଅନ୍ଧାରରେ ରହିବେ । ବିଜୁଳୀ ଚୋରୀ ହେଉଥିବା ସ୍ଥାନରେ ଅଧିକ କରେଣ୍ଟ୍ ଯିବ , କିନ୍ତୁ ସଚ୍ଚୋଟରେ ବିଜୁଳୀ ବ୍ୟବହାର କରୁଥିବା ଲୋକଙ୍କ ଘରକୁ ୨୪ ଘଣ୍ଟିଆ ବିଜୁଳୀ ସପ୍ଲାଏ ହେବ । ଏଭଳି ଏକ ସ୍କିମ ଆଣିଛନ୍ତି ସରକାର । ସଚ୍ଚୋଟ ବିଜୁଳୀ ବ୍ୟହାରକାରୀଙ୍କ ପାଇଁ ମୋଦି ସରକାର ଏକ ନୂଆ ସ୍କିମ ଆଣିଛନ୍ତି । ଏହି ସ୍କିମ୍ ମାଧ୍ୟମରେ ଏବେ ସଚ୍ଚୋଟତା ସହ ବିଜୁଳୀ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ସରକାର ୨୪ ଘଣ୍ଟିଆ ସ୍କିମ୍ ଆଣିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ରାଜ୍ୟ ସହ ମିଶି ଏହି ପ୍ଲାନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସୂତ୍ର ମୁତାବକ , ବିଜୁଳୀ ବିତରଣରେ କ୍ଷତି ହେବା ଯୋଗୁଁ ଏଭଳି ଏକ ଯୋଜନା ପ୍ରସ୍ତୁତ କରାଯିବ । ଏହି ଯୋଜନା ଅନୁସାରେ ପ୍ରତି ଅଞ୍ଚଳକୁ ଆଧାର କରି ବିଜୁଳୀରେ କେତେ ଅପଚୟ ହେଉଛି ଏବଂ କେତେ ଚୋରୀ ହେଉଛି ଏହାକୁ ନେଇ ବିବରଣୀ ମଗାଯାଇଛି । ଏହି ଯୋଜନା ଅନୁସାରେ ୧୫ % ରୁ କମ୍ କ୍ଷତି କରୁଥିବା ସ୍ଥାନରେ ୨୪ ଘଣ୍ଟିଆ ବିଜୁଳୀ ସପ୍ଲାଏ ହେବ । ଏହି ଯୋଜନାରେ କ୍ଷତିରେ ରହୁଥିବା ସ୍ଥାନରେ ଗ୍ରାହକଙ୍କୁ ବିଲ୍ ପଇଠ କରିବା ପାଇଁ ପ୍ରୋତ୍ସାହନ କରାଯିବ ଏବଂ ଏଭଳି ଅଞ୍ଚଳରେ ସ୍ମାର୍ଟ ମିଟର ମଧ୍ୟ ଲଗାଯିବ । ଏହି ଯୋଜନା ପାୱାର ରିଫର୍ମ ୨.୦ ଙ୍କ ଅଂଶ ହେବ । ନିର୍ବାଚନ ପୂର୍ବରୁ ସରକାର ଏନେଇ କମ୍ପାନୀଙ୍କୁ ବିବରଣୀ ମାଗିଥିଲେ ଯେଉଁଥିରେ ଏବେ ପର୍ଯ୍ୟନ୍ତ ୧୯ ଟି ରାଜ୍ୟରେ ବିଜୁଳୀ ବିତରଣ କ୍ଷତି ସଂଖ୍ୟା ୧୫ ପ୍ରତିଶତରୁ ଅଧିକ ରହିଛି ।

ମୋଦି ସରକାର ବିଜୁଳୀ ସପ୍ଲାଏକୁ ଆହୁରି ଉନ୍ନତ କରିବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଦିନରେ ୩ ଥର ବିଜୁଳୀ ଟେରିଫ୍ ହେବ ଯେଉଁଥିରେ ସକାଳ,ସନ୍ଧ୍ୟା ଏବଂ ଦ୍ୱିପ୍ରହରରେ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ବିଜୁଳୀ ଟେରିଫ୍ ହେବ । ଏବେ ଯେତେ ରହିଛି ତା ଠାରୁ ଅଧିକ ହେବନାହିଁ ରାତିର ବିଜୁଳୀ ଦର ।