କରୋନାରେ ପ୍ରଭାବିତ ଆର୍ଥିକ ସ୍ଥିତିର ମୁକାବିଲା ପାଇଁ ବଡ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର : ଘୋଷଣା ହୋଇପାରେ ଦେଢ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ

2,007

କରୋନାରେ ଆର୍ଥିକ ସ୍ଥିତିର ମୁକାବିଲା ପାଇଁ ବଡ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଘୋଷଣା ହୋଇପାରେ ଦେଢ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଦେଶର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ବଡ ଆର୍ଥିକ ପ୍ୟାକେଜ ଘୋଷଣା କରିପାରନ୍ତି । ପ୍ରାୟ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ହୋଇପାରେ । ୨୦ ବିଲିଅନ ଡଲାରର ଏହି ପ୍ୟାକେଜ ଭାରତରେ ଦେଖାଦେଇଥିବା ଆର୍ଥିକ ଅବସ୍ଥାର ମୁକାବିଲାରେ ସହାୟକ ହେବ ବୋଲି ଆକଳନ କରାଯାଉଛି ।

 

ଗତକାଲି ପ୍ରଧାନମନ୍ତ୍ରୀ ମୋଦି ୨୧ ଦିନର ତାଲାବନ୍ଦ ଘୋଷଣା ପରେ ଦେଶର ଅର୍ଥନୀତି ଉପରେ ଏହାର ବଡ ଧରଣର ପ୍ରଭାବ ନେଇ ଆଶଙ୍କା ରହିଛି । ବିରୋଧୀ ଦଳ ମଧ୍ୟ ଏହି ସ୍ଥିତିର ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଦାବି କରିଆସୁଥିଲେ ।