ସୋସିଆଲ ମିଡିଆ ପୋଷ୍ଟ ଏବଂ ଇମେଲ ଉପରେ ନଜର ରଖିବେ ମୋଦି ! ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ଟିମ୍ ।

Advertisment
ସୋସିଆଲ ମିଡିଆ ପୋଷ୍ଟ ଏବଂ ଇମେଲ ଉପରେ ନଜର ରଖିବେ ମୋଦି ! ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ଟିମ୍ ।

image courtesy - www.financialexpress.com

ମୋଦି ସରକାର ଏମିତି ଏକ କମ୍ପାନୀର ସନ୍ଧାନ କରୁଛନ୍ତି, ଯିଏ ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଜିନିଷ ଉପରେ ନଜର ରଖିବ, ସେଗୁଡିକର ବିଶ୍ଳେଷଣ କରିବ ଏହା ସହ କେନ୍ଦ୍ର ସରକାରଙ୍କର ସହାୟତାରେ ଦେଶରେ ରାଷ୍ଟ୍ରୀୟତା ଭାବନା ବିସ୍ତାର କରିବ ଏବଂ ଦେଶ ବିରୋଧୀ ପ୍ରଚାର ରୋକିବାରେ ସହାୟତା କରିବ । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଅନଲାଇନ ଟେଣ୍ଡର ଜାରି କରାଯାଇ ଏମିତି କମ୍ପାନୀ ମାନଙ୍କର ଆବେଦନ ମଗାଯାଇଛି । ତେବେ କମ୍ପାନୀ ଏପରି ହୋଇଥିବା ଦରକାର ଯିଏ ସୋସିଆଲ ମିଡିଆରେ ନଜର ରଖିବା ପାଇଁ ସଫ୍ଟୱେୟାର ସମେତ ଅତି କମରେ ୨୦ ଲୋକଙ୍କର ବିଶେଷ ଟିମ ସହ ସରକାରଙ୍କୁ ଏକ ରିୟଲ ଟାଇମ ନ୍ୟୁ ମିଡିଆ କମାଣ୍ଡ ରୁମର ସୁବିଧା ଦେଇପାରିବ ।

publive-image

ମନ୍ତ୍ରାଳୟର ବିଜ୍ଞାପନ ଅନୁଯାୟୀ, ଏହି କମ୍ପାନୀ ଗୁଡିକୁ ଟ୍ୱିଟର, ୟୁ ଟ୍ୟୁବ, ଲିଙ୍ଗଡଇନ୍ ସମେତ ଇଣ୍ଟରନେଟ ଫୋରମ ଏବଂ ଇମେଲ ମନିଟରିଂ କରିବା ସହ ପ୍ଲାଟଫର୍ମ୍ସରେ ସମ୍ବେଦନଶୀଳ ପୋଷ୍ଟ ଗୁଡିକର ଚିହ୍ନଟ କରିବାକୁ ପଡିବ । ଏହା ସହ କମ୍ପାନୀକୁ ଫେକ ନ୍ୟୁଜ ଚିହ୍ନଟ କରି କେନ୍ଦ୍ର ସରକାରଙ୍କ ନାମରେ ପୋଷ୍ଟ ଏବଂ ମେସେଜର ସଂଚାର କରିବାକୁ ପଡିବ । କେନ୍ଦ୍ର ସରକାରଙ୍କ କହିବା କଥା ଏଭଳି ହେବା ଦ୍ୱାରା ସମ୍ବେଦନଶୀଳ ଏବଂ ଫେକ୍ କଣ୍ଟେଣ୍ଟକୁ ରୋକାଯିବା ସହ ଏଭଳି ପୋଷ୍ଟର ସଂଚାର କରାଯିବ ଯାହାଦ୍ୱାରା ଦେଶର ଏକ ଭଲ ଛବି ଅଙ୍କାଯିବାରେ ସହାୟତା ମିଳିବ ।

publive-image

ସୂଚନା ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ମୋଦି ସରକାରଙ୍କ କାର୍ଯ୍ୟକାଳରେ ପିଏମଓ ସମେତ ସରକାରଙ୍କର ସମସ୍ତ ମନ୍ତ୍ରାଳୟ ଏବଂ କ୍ୟାବିନେଟ ମନ୍ତ୍ରୀ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ସୋସିଆଲ ମିଡିଆର ସାହାଯ୍ୟ ନେବା ସହ ଅନେକ ମନ୍ତ୍ରୀ ନିଜର ନୂଆ ଯୋଜନାର ପ୍ରଚାର କରିବା ଏବଂ ନାଗରିକ ମାନଙ୍କୁ ସିଧାସଳଖ ସମ୍ବାଦ ସ୍ଥାପିତ କରିବାକୁ ଚେଷ୍ଟା କରିଥାନ୍ତି । ଏବେ କେନ୍ଦ୍ର ସରକାର ଆଉ ଏକ ପାହାଚ ଆଗକୁ ଯିବା ପାଇଁ ଚାହୁଁଛନ୍ତି ।

କେନ୍ଦ୍ର ସରକାର ୨୦୧୯ ନିର୍ବାଚନ ଏବଂ ଏହା ପୂର୍ବରୁ କିଛି ବିଶେଷ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଶରେ ରାଷ୍ଟ୍ରୀୟତା ଭାବନାର ସଂଚାର କରିବା ସହ ଦେଶର ସକରାତ୍ମକ ଛବିର ପ୍ରଚାର କରିବାକୁ ଚାହୁଁଛନ୍ତି । ତେବେ ଏପରି ହେବା ଦ୍ୱାରା ଦେଶରେ ଲୋକତନ୍ତ୍ର ଆଗରେ କଡା ଟକ୍କର ସୃଷ୍ଟି ହେବା ସହ ଭାରତୀୟ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ମୌଳିକ ଅଧିକାର କ୍ଷୟ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe