କିସାନ୍ କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ ଆଣିଲେ ସରକାର ! ଲୋନ୍ ନେବାପାଇଁ ହଇରାଣ ହେବେନି କୃଷକ , ଏହି କାର୍ଡ ମାଧ୍ୟମରେ କୃଷକଙ୍କୁ ମିଳିବ ସବୁଠାରୁ ଶସ୍ତା ଲୋନ୍ ।

700

କିସାନ୍ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରିବା ପ୍ରକ୍ରିୟାକୁ ଆହୁରି ସରଳ କରିଦେଇଛନ୍ତି ମୋଦି ସରକାର । ସରକାରଙ୍କ ନିର୍ଦ୍ଦେଶରେ ଭାରତୀୟ ବ୍ୟାଙ୍କର ଆସୋସିଏସନ୍ କିସାନ୍ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରିବାର ପ୍ରୋସେସିଙ୍ଗ୍ ଫିସ୍ , ଇନ୍ସପେକ୍ସନ୍ ,ଲେଜର୍ ଫୋଲିୟୋ , ରେନୁଅଲ୍ ଫିସ୍ ଏବଂ ନୂଆ କିସାନ୍ କ୍ରେଡିଟ୍ କାର୍ଡ ଜାରି କରିବା ପାଇଁ ଅନ୍ୟ ସବୁ ସର୍ଭିସ୍ ଚାର୍ଜକୁ କ୍ଷମା କରିଦିଆଯାଇଛି । ଏହି କାରଣରୁ ଏବେ କିସାନ୍ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରିବା ବହୁତ ସରଳ ହୋଇଯିବ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍ ଏନେଇ ସଂସଦରେ ଚର୍ଚ୍ଚା କରିଛନ୍ତି । କେବଳ ଏତିକି ନୁହେଁ ଆରବିଆଇ ତରଫରୁ ମଧ୍ୟ କୃଷି କରଜର ଲିମିଟ୍ କୁ ଲକ୍ଷେ ଟଙ୍କାରୁ ବଢାଇ ୧.୬୦ ଲକ୍ଷ ଟଙ୍କା କରାଯାଇଛି ।

ମୋଦି ସରକାର ସବୁ ରାଜ୍ୟ ସରକାରଙ୍କ ବ୍ୟାଙ୍କ-ବାର ଏବଂ ଗାଁ-ବାର ଶିବିର ଆୟୋଜନ କରିବାକୁ ମଧ୍ୟ କହିଛନ୍ତି । କାରଣ କିସାନ୍ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରିବାକୁ ଯେଭଳି କୃଷକମାନଙ୍କୁ ଅଧିକ ହଇରାଣ ହେବାକୁ ନପଡେ । କାର୍ଡ ପାଇଁ ଆବେଦନ ପତ୍ରକୁ ଗାଁ ରୁ ଆରମ୍ଭ କରି ସମ୍ବନ୍ଧିତ ବ୍ୟାଙ୍କ ଶାଖାରେ ପଇଠ କରିବାକୁ ପଡିବ । ବ୍ୟାଙ୍କମାନଙ୍କୁ ମଧ୍ୟ କୁହାଯାଇଛି ଯେ ଆବେଦନ ସମ୍ପୁର୍ଣ୍ଣ ହେବାର ୨ ସପ୍ତାହ ଭିତରେ କିସାନ୍ କ୍ରେଡିଟ୍ କାର୍ଡ ଜାରି କରିବେ । ଏବେ କୃଷକ ବ୍ୟାଙ୍କ ଯାଇ କିସାନ୍ କ୍ରେଡିଟ୍ କାର୍ଡ ଆବେଦନ କରିବାର କିଛି ଦିନ ଅନ୍ତରାଳ ପରେ ହିଁ କାର୍ଡ ମିଳିଯିବ । ଯଦି ବ୍ୟାଙ୍କ ଅଧିକାରୀ କାର୍ଡ କରିବାକୁ ମନା କରୁଛନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାର ଚାହୁଁଛନ୍ତି ଯେ ସାହୁକାରଙ୍କ ଠାରୁ ଅଧିକ ସୁଧରେ ଲୋନ୍ ଆଣିବା ଅପେକ୍ଷା କୃଷକ ଶସ୍ତାରେ କିସାନ୍ କ୍ରେଡିଟ୍ କାର୍ଡରେ ଲୋନ୍ ନିଅନ୍ତୁ । ଚାଷ କରିବା ପାଇଁ କୃଷକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୩୍ ମିଳିପାରିବ ।

କିସାନ୍ କ୍ରେଡିଟ୍ କାର୍ଡ ପାଇଁ ଗାଁରେ ଯେଉଁ କ୍ୟାମ୍ପ ଲାଗିବ ସେଥିରେ କୃଷକ ପରିଚୟ ପତ୍ର , ନିବାସ ପ୍ରମାଣପତ୍ର , ଆଧାର କାର୍ଡ , ଜମି ରେକର୍ଡ ଏବଂ ଫଟୋ ଦେବାକୁ ପଡିବ । ଏଥିରେ ହିଁ କିସାନ୍ କ୍ରେଡିଟ୍ କାର୍ଡ ପ୍ରସ୍ତୁତ ହେବ । ବର୍ତ୍ତମାନ ଦେଶରେ ୧୪.୫ କୋଟି କୃଷକ ରହିଛନ୍ତି କିନ୍ତୁ ୬.୯୨ କୃଷକଙ୍କ ପାଖରେ ହିଁ କିସାନ୍ କ୍ରେଡିଟ୍ କାର୍ଡ ରହିଛି । କିନ୍ତୁ ଏବେ ସରକାର ବଳକା କୃଷକଙ୍କୁ ମଧ୍ୟ କିସାନ୍ କ୍ରେଡିଟ୍ କାର୍ଡ ଦେବା ପାଇଁ ଘୋଷଣା କରିଛନ୍ତି । କୃଷକଙ୍କ ପାଇଁ ସୁଧହାର ୯ % ଥିବାବେଳେ ସରକାର ଏଥିରେ ୨ ପ୍ରତିଶତ ସବସିଡି ମଧ୍ୟ ଦେଉଛନ୍ତି । ଯେଉଁଥିପାଇଁ ଏହା ୭ ପ୍ରତିଶତ ବଢିଯାଇଛି ।