କନକ ବ୍ୟୁରୋ: ଦେଶରେ ସମାନ ନାଗରିକ ସଂହିତା ବିଲକୁ ନେଇ ଏବେ ଅନେକ ତର୍କ ସୃଷ୍ଟି ହେଉଛି । ଏସବୁ ଭିତରେ ବି ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲକୁ ପାରିତ କରିବାକୁ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର ।

Advertisment

ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ ସରକାର ସମାନ ନାଗରିକ ସଂହିତା ବିଲକୁ ଆଜେଣ୍ଡା କରିବେ ବୋଲି କୁହାଯାଉଛି । ସୂଚନା ମୁତାବକ, ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲକୁ ସଂସଦରେ ଉପସ୍ଥାପନ କରିବାର ଅନେକ ସମ୍ଭାବନା ରହିଛି । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ସମାନ ନାଗରିତ ସଂହିତା ଆଇନ ସମ୍ପର୍କୀତ ସମସ୍ତ ବିଲ ସଂସଦୀୟ ସମିତିକୁ ପଠାଇବାର ସୂଚନା ରହିଛି ।

ଏହି ବିଲ ଉପରେ ବିସ୍ତୃତ ଆଲୋଚନା ପାଇଁ ଜୁଲାଇ ୩ ତାରିଖରେ ସହସଦୀୟ ସ୍ଥାୟୀ ସମିତି ବୈଠକ ଡକାଯାଇଛି ।ଏହି ପ୍ରସଙ୍ଗ ଉପରେ ବି ଆୟୋଗ, ଆଇନଗତ ମାମଲା ତଥା ଏହାର ପ୍ରତିନିଧିମାନଙ୍କୁ ମଧ୍ୟ ବୈଠକୁ ଡକାଯାଇଛି । ଏହି ବିଲ୍ ଉପରେ ସାଧାରଣ ଜନତାଙ୍କ ରାୟ ଉପରେ ମଧ୍ୟ ଆଲୋଚନା ହେବ ।

ସମାନ ନାଗରିକ ସଂହିତା ବିଲ (Uniform Civil Code) କ’ଣ?

ସରଳ ଅର୍ଥରେ ବୁଝିଲେ ସମାନ ନାଗରିକ ସଂହିତା ରେ ସବୁ ଧର୍ମ ପାଇଁ ଗୋଟିଏ ବା ଏକାପ୍ରକାରର ଆଇନ ବ୍ୟବସ୍ଥା ଲାଗୁ ହେବ । ସବୁଧର୍ମର ନିଜସ୍ୱ ଆଇନ ଅଛି । ଯେଉଁଥିରେ ବିବାହ, ଛାଡପତ୍ର, ସମ୍ପତ୍ତିରେ ଅଧିକାର ସମ୍ପର୍କୀତ ନିଜ ନିଜର ଆଇନ ବ୍ୟବସ୍ଥା ରହିଛି । କିନ୍ତୁ ୟୁସିସି ଲାଗୁ ହେବା ପରେ ସବୁ ଧର୍ମର ଲୋକଙ୍କ ପାଇଁ ନ୍ୟାୟ ବ୍ୟବସ୍ଥା ସିଭିଲ ନିୟମ ମାଧ୍ୟମରେ ହିଁ ସମାଧାନ ହେବ । ୟୁସିସିର ଅର୍ଥ ବିବାହ, ଛାଡପତ୍ର , ପୋଷ୍ୟସନ୍ତାନ ଗ୍ରହଣ, ଉତ୍ତରାଧିକାରୀ, ଓ ସମ୍ପତ୍ତି ଅଧିକାର ସହ ଜଡିତ ଆଇନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା । ଏହା ହେଲେ କୌଣସି ମାମଲାର ସମାଧାନ ସହଜରେ ହୋଇପାରିବା ସହ ସବୁ ଧର୍ମ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ ବୋଲି ମତ ପ୍ରକାଶ ପାଉଛି ।