କେନ୍ଦ୍ର ସରକାରଙ୍କ ତରଫରୁ କର୍ମଜୀବୀଙ୍କ ଦରମା ବଢାଇବା ପାଇଁ ପ୍ରୟାସ ଚାଲିଛି । ଏଥିପାଇଁ ଶ୍ରମିକ ଆଇନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ ଜାରି କରାଯାଇଛି । ଯଦି ଏହି ଆଇନ୍ ସୁଚାରୁ ରୂପେ ସମ୍ପର୍ଣ୍ଣ ହେଲା ତେବେ ଏହାର ସୁବିଧା ଆପଣଙ୍କୁ ଖୁବଶୀଘ୍ର ମିଳିବ । କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛି ଯେଉଁଥିରେ କମ୍ପାନୀ ଆପଣଙ୍କ ବେସିକ୍ ସାଲାରୀରୁ କମ୍ ସାଲାରୀ ଆପଣଭ୍କୁ ଦେଇପାରିବ ନାହିଁ ।
ବିଜନେସ୍ ଷ୍ଟାଣ୍ଡାର୍ଡ ନାମକ ଏକ ଇଂରାଜୀ ପତ୍ରିକାର ରିପୋର୍ଟ ମୁତାବକ ସରକାର ବେସିକ୍ ସାଲାରୀକୁ ବେତନର ବଡ ଅଂଶ ରୂପେ ନେବାକୁ ଯାଉଛନ୍ତି । ଏହି ବେସିକ୍ ସାଲାରୀରେ ବୃଦ୍ଧି ହେଲେ ଆପଣଙ୍କ ଟେକ ହୋମ୍ ସାଲାରୀ କମ୍ ହୋଇପାରେ । ବେସିକ୍ ସାଲାରୀକୁ ଦେଖିଲେ ଆପଣଙ୍କ ବ୍ୟକ୍ତିଗତ ଫଣ୍ଡ, ଇନ୍ସୋରାନ୍ସ ଏବଂ ଗ୍ରେଚ୍ୟୁଟିରେ ଆପଣଙ୍କ ଯୋଗଦାନ ବଢିଯିବ । ଦ୍ୱିତୀୟରେ ସବୁଠାରୁ ବଡ କଥା ହେଉଛି ଏଥିରେ ଆପଣଙ୍କ ଟ୍ୟାକ୍ସ ମଧ୍ୟ ବଢିଯିବ ।
ଖବର ମୁତାବକ ସରକାରଙ୍କ ପ୍ରସ୍ତାବ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କ ବେତନରେ ମିଳୁଥିବା ଘରଭଡା,ଲିଭ୍ ଟ୍ରେବଲ୍ ଅଲାଉନ୍ସ (ଏଲଟିଏ) କୁ ବେସିକ୍ ସାଲାରୀର ୫୦ ପ୍ରତିଶତରୁ ଅଧିକ ରଖାଯାଇପାରିବ ନାହିଁ । ଏହା ଉପରୁ ଅଧିକ ସାଲାରୀ ପ୍ରାପ୍ତ ହେଉଥିଲେ ତାହା ବେସିକ୍ ସାଲାରୀ ସହ ଗଣତି ହେବ । ଏହି ସାଲାରୀ ଆଧାରରେ ହିଁ ପିଏଫ୍ କଣ୍ଟ୍ରିବ୍ୟୁସନ୍ , ଇନ୍ସୋରାନ୍ସ ଏବଂ ଗ୍ରେଚ୍ୟୁଟି ମଧ୍ୟ ନିର୍ଣ୍ଣୟ ହେବ । ତେବେ ସରକାରଙ୍କ ଏହି ପ୍ରସ୍ତାବକୁ ଯେଉଁଠି କିଛି ଟ୍ରେଡ୍ ୟୁନିଅନ୍ ସ୍ୱାଗତ ଜଣାଇଛନ୍ତି ସେଇଠି ଆଉ କିଛି ଇଣ୍ଡଷ୍ଟ୍ରୀ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/Type-of-Employees.png)
/kanak/media/post_attachments/wp-content/uploads/2018/06/working-women-reuters-300x175.jpg)
/kanak/media/post_attachments/wp-content/uploads/2018/06/81183779-Constantinos-salary-negotiation-mistakes-300x200.jpg)