ମୋଦି ସରକାର ଦେଉଛନ୍ତି ବ୍ୟବସାୟ କରିବାର ସୁବର୍ଣ୍ଣ ସୁଯୋଗ : ଘରେ ବସି ମାସକୁ ୨୫ ହଜାରରୁ ବି ଅଧିକ କରିପାରିବେ ଆୟ

172

କେନ୍ଦ୍ର ସରକାର ଦେଶରେ ୧.୬ ଲକ୍ଷ ନୂଆ Common service center (CSC) ସ୍ଥାପନ କରିବାର ଯୋଜନା କରିଛନ୍ତି । ଆପଣ ଏଥିରେ ଟଙ୍କା ବିନିଯୋଗ କରି ପ୍ରତି ମାସ ଆରାମରେ ୨୦ରୁ ୨୫ ହଜାର ଟଙ୍କା ରୋଜଗାର କରିପାରିବେ । ଏହାର ବିଶେଷତ୍ୱ ଏହା କି ଆପଣଙ୍କୁ ଗ୍ରାହକ ଖୋଜିବାକୁ ପଡିବନି, କାରଣ ଗ୍ରାହକ ନିଜେ ଆପଣଙ୍କ ପାଖକୁ ଆସିବେ ।

CSC କଣ ? : ସରକାରଙ୍କ ଜାତୀୟ ଇ-ସର୍ଭିସ ମାଧ୍ୟମରେ ସମସ୍ତ ପବ୍ଲିକ ସର୍ଭିସେସକୁ ସହଜ ଓ ସରଳ କରାଯାଉଛି । ଉଦାହରଣ ସ୍ୱରୂପ, ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇବା ପାଇଁ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡିବନି ବୋଲି CSC ର ଶୁଭାରମ୍ଭ କରାଯାଇଛି । CSC ଜରିଆରେ ଜନସାଧାରଣ ସରକାରୀ , ବେସରକାରୀ ଓ ସାମାଜିକ କ୍ଷେତ୍ର ଯେପରିକି ଟେଲିକମ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ମନୋରଂଜନ, ଏଫଏମସିଜି ସାମଗ୍ରୀ, ବ୍ୟାଙ୍କିଙ୍ଗ, ଆର୍ଥିକ ସେବା, ସମସ୍ତ ପ୍ରମାଣ ପତ୍ର, ଆବେଦନ ପତ୍ର ଏବଂ ବିଲ ପେମେଣ୍ଟ କରିପାରିବେ । ଆସନ୍ତା ସମୟରେ ସରକାର CSC ମାଧ୍ୟମରେ ୩୦୦ରୁ ଅଧିକ ସେବା ସାଧାରଣ ଲୋକଙ୍କୁ ଯୋଗାଇ ଦେବେ ।

CSC ଖୋଲିବା ପାଇଁ ଜରୁରୀ ଜିନିଷ : CSC ଖୋଲିବା ପାଇଁ ଆପଣଙ୍କୁ ୧୦୦ରୁ ୧୫୦ ବର୍ଗ ଫୁଟର ସ୍ଥାନ ଦରକାର । ଆପଣଙ୍କ ପାଖରେ କମ୍ପ୍ୟୁଟର, ପ୍ରିଣ୍ଟର, ଡିଜି କ୍ୟାମେରା ବା ୱେବ କ୍ୟାମ, ଜେନେରେଟର ବା ସୋଲାର ପ୍ୟାନେଲ ସହିତ ଇଣ୍ଟରନେଟ ସଂଯୋଗ ଇତ୍ୟାଦି ସର୍ବନିମ୍ନ ଆବଶ୍ୟକତା ଥିବା ଜରୁରୀ । ଯଦି ଆପଣଙ୍କ ପାଖରେ ଏସବୁ ଜିନିଷ ଅଛି, ତେବେ ଏହି ଜିନିଷ ଉପରେ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି, ଯଦି ନାହିଁ, ତେବେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

କେମିତି ମିଳିବ CSC ର ଲାଇସେନ୍ସ : CSC ସେଣ୍ଟରର ଲାଇସେନ୍ସ ପ୍ରାପ୍ତ କରିବା ପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ନିହାତି ଜରୁରୀ । ଯଦି ଆପଣଙ୍କ ପାଖରେ ଲାପଟପ ବା ମୋବାଇଲ ଇଣ୍ଟରନେଟ ଅଛି ତେବେ ଆପଣ ଘରେ ବସି ରେଜିଷ୍ଟ୍ରେସନ କରିପାରିବେ ।

କେମିତି କରିବେ CSC ଲାଇସେନ ପାଇଁ ରେଜିଷ୍ଟ୍ରେସନ :

• CSC ସେଣ୍ଟରର ଲାଇସେନ୍ସ ପ୍ରାପ୍ତ କରିବା ପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ନିହାତି ଜରୁରୀ । ଏହାପରେ ଆପଣଙ୍କୁ ୱେବସାଇଟ http://csc.gov.in/ କୁ ଯିବାକୁ ପଡିବ ।

• ୱେବସାଇଟର ଡାହାଣ ପାଶ୍ୱର୍ରେ ଆପଣଙ୍କୁ Usefull linksର ଅପସନରେ ‘Interested to become a CSC’ ଉପରେ କ୍ଲିକ କରିବାକୁ ପଡିବ ।
• ଏହାପରେ ଗୋଟିଏ ନୂଆ ପେଜ ଖୋଲିବ ଏବଂ ସେଥିରେ ଆପଣଙ୍କୁ Click here to Registerର ଅପସନ ମିଳିବ । ସେଥିରେ ଆଧାର ନମ୍ବର ଦେଇ ଓଟିପି ଜରିଆରେ ଭେରିଫାଇ କରନ୍ତୁ ।

ଅଫଲାଇନରେ ଆବେଦନ କରିବା ପ୍ରକ୍ରିୟା : ଯଦି ଆପଣ ଅଫଲାଇନ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଗ୍ରାମ ପଂଚାୟତ ଓ ନଗର ପଂଚାୟତ ସ୍ତର କମିଟି ସ୍ଥାପନ କରାଯାଇଛି, ଯାହା ପାଖରେ ଆପଣଙ୍କୁ ନିଜର ଆବେଦନ ପତ୍ର ଜମା କରିବାକୁ ପଡିବ । ଆପଣଙ୍କ ଆବେଦନ ଉପରେ ବିଚାର ବିମର୍ଶ ପରେ କମିଟି ଆପଣଙ୍କୁ ଲାଇସେନ୍ସ ଦେବ ।