ରପ୍ତାନୀକୁ ବଢାଇବା ପାଇଁ ମେଗା ସପିଙ୍ଗ୍ ଫେଷ୍ଟିଭାଲ୍ ଏବଂ ସୁଲଭ ଗୃହ ନିର୍ମାଣ ଲାଗି ରିହାତି ଦରରେ ଋଣ ପ୍ରଦାନ କରିବେ ମୋଦି ସରକାର : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍

167

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଶନିବାର ଆର୍ଥୀକ ସୁଧାର ଉପରେ କଥାବାର୍ତ୍ତା କରି ମୋଦି ସରକାର ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପଦକ୍ଷେପ ନେଉଥିବା କଥା କହିଛନ୍ତି । କେବଳ ଏତିକି ନୁହଁ ସେ ଗୃହନିର୍ମାଣ କ୍ଷେତ୍ରରେ ମଧ୍ୟ କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ , ଗତମାସରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ଉଠାଇଥିଲେ । ଏହାସହ ସେ କହିଥିଲେ ଯେ ସରକାରଙ୍କ ନଜର ରପ୍ତାନୀ ଉପରେ ରହିଛି । ଦେଶରେ ଏବେ ବ୍ୟବସାୟ କରିବା ଖୁବ୍ ସରଳ ହୋଇଗଲାଣି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ କହିଛନ୍ତି ଯେ NBFC କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ର ମଧ୍ୟ ଫାଇଦା ମିଳିଛି । ବ୍ୟାଙ୍କର କ୍ରେଡିଟ୍ ଆଉଟଫ୍ଲୋ ମଧ୍ୟ ବଢିଛି । ଏହାସହ ଆୟକରରେ ଇ-ଏସେସମେଣ୍ଟ୍ ମଧ୍ୟ ଲାଗୁ କରାଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ ସେପ୍ଟେମ୍ବର ୧୯ ତାରିଖରେ PSU ବ୍ୟାଙ୍କ୍ ସହ ଏକ ବୈଠକ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ , ଏବେ ସବୁ ନୋଟିସ୍ ସିଷ୍ଟମ ଜରିଆରେ ଲାଗୁ ହେବ । ଏବେ ଛୋଟ ଟ୍ୟାକ୍ସ ଡିଫ୍ଲଟ୍ କରିବାକୁ ନେଇ ମୋକଦ୍ଦମା ରୁଜୁ କରାଯାଉ ନାହିଁ । ୨୫ ଲକ୍ଷ ଟଙ୍କାର ଡିଫ୍ଲଟ୍ ରେ ୨ ଜଣ ବଡ ଅଫିସରଙ୍କ ମଞ୍ଜୁରୀ ନେବାକୁ ପଡିବ । ରପ୍ତାନୀକୁ ବଢାଇବା ପାଇଁ ମେଗା ସପିଙ୍ଗ୍ ଫେଷ୍ଟିଭାଲ୍ ଆୟୋଜନ କରିବେ କେନ୍ଦ୍ର ସରକାର ।

ତେବେ ଗୃହନିର୍ମାଣ କ୍ଷେତ୍ରରେ ଋଣ ପ୍ରଦାନକୁ ସୁଗମ କରିବା ଓ ଚାହିଦା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏସବୁ ପଦକ୍ଷେପ ଘୋଷଣା କରାଯାଇଛି । ୨ୟ ପର୍ୟ୍ୟାୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧.୯୫ କୋଟି ଗୃହ ଯୋଗାଇ ଦିଆଯିବ । ଏସବୁ ଗୃହ ଏଲପିଜି ସଂଯୋଗ, ଶୌଚାଳୟ, ବିଦ୍ୟୁତ ସଂଯୋଗ ସହ ଯୋଗାଇଦିଆଯିବ । ସୁଲଭ ଗୃହନିର୍ମାଣ କ୍ଷେତ୍ର ଓ ମଧ୍ୟମ ଆୟକାରୀଙ୍କ ଗୃହନିର୍ମାଣ କ୍ଷେତ୍ରରେ ଋଣ ସୁବିଧା ଯୋଗାଇବାକୁ ୧୦ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି । ଗୃହନିର୍ମାଣ ପାଇଁ ନିଆଯାଉଥିବା ଅଗ୍ରୀମ ଋଣ ଉପରେ ଲାଗୁ ସୁଧହାରକୁ ହ୍ରାସ କରାଇଛି । ୪୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଗୃହ କ୍ରୟ ଲାଗି ନିଆଯାଉଥିବା ଋଣ ନିମନ୍ତେ ଦିଆଯାଉଥିବା ସୁଧ ଉପରେ ଅତିରିକ୍ତ ରିହାତି ଘୋଷଣା କରାଯାଇଛି । ହାଉସିଂ ଫାଇନାନ୍ସ କମ୍ପାନି ମାନଙ୍କ ଲାଗି ଜାତୀୟ ଗୃହନିର୍ମାଣ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ୨୦ ହଜାର କୋଟିର ପାଣ୍ଠି ସହାୟତା ପ୍ରଦାନ କରାଯିବ । ଏହାସହିତ ଏହି କ୍ଷେତ୍ର ପାଇଁ ମୋଟ ନଗଦ ପାଣ୍ଠି ଯୋଗାଣ ପରିମାଣ ୩୦ ହଜାର କୋଟିକୁ ବୃଦ୍ଧି ପାଇବ ।