କନକ ବ୍ୟୁରୋ: ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କା । ସୋମବାର ମୋଦୀ ସରକାର ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁକୁ କମ କରିବାକୁ ଯାଇ ଏଭଳି ଏକ ଯୋଜନାର ଆରମ୍ଭ କରିଛନ୍ତି । ତେବେ ରାସ୍ତା ଉପରେ ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୧ ଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚାଇଲେ ଜଣେ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି । ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଏହି ଯୋଜନା ଅକ୍ଟୋବର ୧୫ ତାରିଖ ୨୦୨୧ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଲାଗୁ ରହିବ ।
Ministry of Road Transport and Highways says it has launched scheme for ‘Good Samaritans’ under which cash award of Rs 5,000 will be given to those who save the life of a road accident victim by rushing him/her to hospital within ‘golden hour’ of mishap
— Press Trust of India (@PTI_News) October 4, 2021
ସୋମବାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ସାହାଯ୍ୟକାରୀଙ୍କୁ ଏହି ଯୋଜନାରେ ପୁରସ୍କାର ଦିଆଯିବ । ଆପାତଃକାଳୀନ ସ୍ଥିତିରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଏହା ଲୋକଙ୍କୁ ପ୍ରେରିତ କରିବ । ପୁରସ୍କାର ସାଙ୍ଗକୁ ଏଥିରେ ସେହି ବ୍ୟକ୍ତିଙ୍କୁ ଏକ ପ୍ରମାଣପତ୍ର ମଧ୍ୟ ଦିଆଯିବ । ସେହିପରି ସବୁଠୁ ଭଲ ସାହାଯ୍ୟକାରୀଙ୍କୁ ରାଷ୍ଟ୍ରୀୟ ସ୍ତରରେ ଏକ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ସଡକ ଦୁର୍ଘଟଣା ଘଟୁଛି । ଯେଉଁଥିରେ ପ୍ରାୟ ଦେଢ ଲକ୍ଷ ଲୋକ ନିଜର ଆଖି ବୁଜୁଛନ୍ତି । ତା ସହିତ ସାଢେ ୪ଲକ୍ଷ ଲୋକ ବିଭିନ୍ନ ସଡକ ଦୁର୍ଘଟଣାରେ ଆହତ ହେଉଛନ୍ତି । ସଡକ ଦୁର୍ଘଟଣାରେ ବଢୁଥିବା ମୃତକଙ୍କ ସଂଖ୍ୟାକୁ କମ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି । ୨୦୨୫ ସୁଦ୍ଧା ଏହି ସଂଖ୍ୟା ୫୦ ପ୍ରତିଶତ କମ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି ।