ମୋଦି ସରକାର କ୍ଷତିରେ ଚାଲୁଥିବା ୧୯ ଟି ବଡ ସରକାରୀ କମ୍ପାନୀକୁ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ଏହି କମ୍ପାନୀ ମଧ୍ୟରେ ଏଚଏମଟି,ହିନ୍ଦୁସ୍ଥାନ କେବଲସ୍ ଏବଂ ଇଣ୍ଡିୟାନ୍ ଡ୍ରଗ୍ସ ଭଳି ବଡ ବଡ କମ୍ପାନୀ ମଧ୍ୟ ସାମିଲ୍ ରହିଛି । ମଙ୍ଗଳବାର ଲୋକସଭାରେ କଂଗ୍ରେସ ସାଂସଦ ଅଦୁର ପ୍ରକାଶଙ୍କ ପ୍ରଶ୍ନର ଜବାବରେ ମୋଦି ସରକାର ଏହି ସୂଚନା ଦେଇଥିଲେ । କଂଗ୍ରେସ ସାଂସଦ ଉଦ୍ୟୋଗ ଏବଂ ଲୋକ ଉଦ୍ୟମ ମନ୍ତ୍ରାଳୟରୁ ପବ୍ଲିକ୍ ସେକ୍ଟରର କମ୍ପାନୀର ବ୍ୟୁରୋ ମାଗିଛନ୍ତି । ଅଦୁର ପ୍ରକାଶ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ମଧ୍ୟ ପଚାରିଛନ୍ତି ଯେ କ’ଣ ସରକାର କ୍ଷତିରେ ଚାଲୁଛନ୍ତି ପିଏସୟୁ କିମ୍ବା ଏହାର ବ୍ୟକ୍ତିଗତକରଣ ଉପରେ ବିଚାର କରୁଛନ୍ତି? ଉଦ୍ୟଗ ଏବଂ ଲୋକ ଉଦ୍ୟମ ମନ୍ତ୍ରାଳୟ ମନ୍ତ୍ରୀ ଅରବିନ୍ଦ ଗଣପତ୍ ସାବନ୍ତ ଭିନ୍ନ ଭିନ୍ନ ବିଭାଗରେ କ୍ଷତିରେ ଚାଲୁଥିବା କମ୍ପାନୀକୁ ନେଇ କହିଥିଲେ । ଏହାସହ ସେ ୧୯ ଟି ପିଏସୟୁ କମ୍ପାନୀ ବିଷୟରେ ମଧ୍ୟ କହିଥିଲେ ଯାହାକୁ ବନ୍ଦ କରିବା ପାଇଁ କାମ ଚାଲିଛି ।
ବନ୍ଦ ହେବାକୁ ଥିବା କମ୍ପାନୀ ତାଲିକା : ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚୀ ଅନୁସାରେ ତୁଙ୍ଗଭଦ୍ରା ଷ୍ଟିଲ ପ୍ରଡକ୍ଟସ୍ ଲିମିଟେଡ୍ , ଏଚଏମଟି ବାଚେଜ୍ ଲିମିଟେଡ୍ , ଏଚଏମଟି ଚିନାର୍ ବାଚେଜ୍ ଲିମିଟେଡ୍ , ଏଚଏମଟି ବିୟରିଙ୍ଗସ୍ ଲିମିଟେଡ୍ , ହିନ୍ଦୁସ୍ଥାନ କେବଲସ୍ ଲିମିଟେଡ୍ , ଏଚଏମଟି ଲିମିଟେଡ୍ ର ଟ୍ରାକ୍ଟର୍ ୟୁନିଟ୍ ଏବଂ ଇନଷ୍ଟ୍ରୁମେଣ୍ଟସ୍ ଲିମିଟେଡ୍ ର କୋଟା ୟୁନିଟ୍ , କେନ୍ଦ୍ରୀୟ ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ନିଗମ ଲିମିଟେଡ୍ , ଇଣ୍ଡିୟାନ୍ ଡ୍ରଗ୍ସ ଏବଂ ରାଜସ୍ଥାନ ଡ୍ରଗ୍ସ ଆଣ୍ଡ୍ ଫାର୍ମାସୟୁଟିକଲ୍ସ ଲିମିଟେଡ୍ , ଆଇଓସିଏଲ୍ –କ୍ରେଡା, ବାୟୋଫୁଲ୍ସ ଲିମିଟେଡ୍ ,କ୍ରେଡା ଏଚପିସିଏଲ୍ ବାୟୋଫୁଲ୍ସ ଲିମିଟେଡ୍ , ଭାରତ ବେଗନ୍ ଆଣ୍ଡ୍ ଇଂଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ ଆଦି ବନ୍ଦ କରିବା ପାଇଁ ମଞ୍ଜୁରୀ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/BANDH-NEW.jpg)
/kanak/media/post_attachments/wp-content/uploads/2019/06/Arabstoday-company-closed-300x178.jpg)