ଭାରତରେ ଖାଦ୍ୟର ଅପଚୟକୁ ଗମ୍ଭୀର ସମସ୍ୟା ବୋଲି ଲୋକେ ଭାବିନଥାନ୍ତି ଏଥିଯୋଗୁଁ ବିବାହ,ବ୍ରତ ତଥା ଅନ୍ୟ କାର୍ଯ୍ୟକ୍ରମ ଆଦିରେ ଭୋଜନର ଅପଚୟ ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏବେ ଭୋଜନର ଅପଚୟକୁ ନେଇ ମୋଦି ସରକାର କଠୋର ନିୟମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଯେଉଁଥିରେ ଖାଦ୍ୟ ଫୋପାଡିବା ପୂର୍ବରୁ ଲୋକମାନେ ଶହେ ଥର ଭାବିବେ । ଏହି ନିୟମ ଦ୍ୱାରା ଭୋକିଲା ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ମଧ୍ୟ ପେଟପୁରା ଖାଦ୍ୟ ଖାଇବାକୁ ମିଳିବ । ତେବେ ଆସନ୍ତୁ ଏହି ନୂଆ ନିୟମ ବିଷୟରେ ଅଧିକ ଜାଣିବା ।
ଖାଦ୍ୟ ନିୟମ ଅନୁସାରେ , ଏଫଏସଏସଏଆଈ (ଖାଦ୍ୟ ସୁରକ୍ଷା ଏବଂ ମାନକ) ନିୟମ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ବିଭିନ୍ନ ଅନୁଷ୍ଠାନ ଏବଂ କାର୍ଯ୍ୟକ୍ରମରେ ପ୍ରସ୍ତୁତ ହେଉଥିବା ଭୋଜନର ଅପଚୟକୁ ରୋକିବା ପାଇଁ ଏବଂ ଦାନ କରିବା ପାଇଁ ପ୍ରୋତ୍ସାହିତ କରାଯିବ । ଏଫଏସଏସଏଆଈ ତରଫରୁ ଜାରି କରାଯାଇଥିବା ବୟାନ ଅନୁସାରେ , ଭାରତ ଦୁନିଆର ଦ୍ୱିତୀୟ ସବୁଠାରୁ ବଡ ଭୋଜନ ଉତ୍ପାଦନ ଦେଶ ହେବା ସତ୍ତେ୍ୱ ବିଶ୍ୱ ସୂଚୀରେ ଦୁନିଆର ୧୧୯ ଭୋକ ପୀଡିତ ଦେଶର ସୂଚୀରେ ୧୦୩ ସ୍ଥାନରେ ରହିଛି ଭାରତ ।
ବୟାନ ମୁତାବକ , କିଛି ପ୍ରୋଟୋକଲ୍ କାରଣରୁ ଖାଦ୍ୟ ବ୍ୟବସାୟୀ ଖୁବ୍ ଶୀଘ୍ର ଖରାପ ହେଉଥିବା ଖାଦ୍ୟକୁ ନଷ୍ଟ କରିଦେଇଥାନ୍ତି । କିନ୍ତୁ ଭୋଜନର ଅପଚୟକୁ ରୋକିବା ଏବଂ ବଳକା ଖାଦ୍ୟକୁ ଭୋକିଲାଙ୍କ ମଧ୍ୟରେ ବିତରଣ କରିବା ଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯିବା ଅତି ଆବଶ୍ୟକ । ତେବେ ଏହି ଗମ୍ଭୀର ବିଷୟର ସମାଧାନକୁ ନେଇ ଏଫଏସଏସଏଆଈ ୨୦ ଟି ଖାଦ୍ୟ ବିତରଣ ଏଜେନ୍ସୀଙ୍କ ସହ ଦୁଇମାସ ଭିତରେ ୨ ଥର ବୈଠକ କରିସାରିଛି । ଏତଦ୍ ବ୍ୟତୀତ ଏଫଏସଏସଏଆଈ ତରଫରୁ ଭୋଜନ ବଞ୍ଚାଓ , ଭୋଜନ ବାଣ୍ଟ , ଖୁସି ବାଣ୍ଟ” ଅଭିଯାନ ଆରମ୍ଭ କରାଯାଇଛି ।
Follow Us
/kanak/media/post_attachments/wp-content/uploads/2019/08/My-Blog-2-300x157.jpg)
/kanak/media/post_attachments/wp-content/uploads/2019/08/Modi-Cabinet-Swearing-In-MENU-List-of-food-snacks-items-for-high-profile-guests-300x157.jpg)