କଂଗ୍ରେସର ଅଡୁଆ ବଢାଇଲେ ଶଶୀ ଥରୁର । କହିଲେ, କରୋନା ମୁକାବିଲାରେ ଭାରତ ତୁଳନାରେ ଭଲ କରିଛି ପାକିସ୍ତାନ । କରାଯାଉଛି ଧାର୍ମିକ ଭେଦଭାବ, ବିଜେପିର ତୀବ୍ର ବିରୋଧ ।

272

କନକ ବ୍ୟୁରୋ : ପାକିସ୍ତାନର ଏକ ଲିଟରେଚର ସଭାରେ ଭାରତକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚାକୁ ଆସିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର । ଲାହୋରରେ ଅନୁଷ୍ଠିତ ଲିଟରେଚର ଫେଷ୍ଟିଭାଲରେ ଭର୍ଚୁଆଲ୍ରେ ସାମିଲ ହୋଇଥିଲେ ଶଶୀ ଥରୁର । ଏହି ସଭାକୁ ସଂବୋଧିତ କରିବା ଅବସରରେ କୋରନା ମୁକାବିଲା ନେଇ ପାକିସ୍ତାନକୁ ଉଚ୍ଚା ଦେଖାଇବା ସହ ଭାରତକୁ ନିଚା ଦେଖାଇ ବୟାନ ରଖିଥିଲେ ଶଶୀ ଥରୁର । ଯାହାକୁ ନେଇ ଏବେ ଚର୍ଚା ଜୋର ଧରିଛି ।

ଥରୁର କହିଛନ୍ତି କରୋନା ମୁକାବିଲାରେ ଭାରତ ଅପେକ୍ଷା ପାକିସ୍ତାନ ବହୁତ ଭଲ ମୁକାବିଲା କରିଛି । ଭୟଙ୍କର ମହାମାରୀ ମୁକାବିଲାରେ ଭାରତ ସରକାର ବିଫଳ ରହିଥିବା ଭାରତର ଜନତା ଅନୁଭବ କରିଛନ୍ତି । ଏହା ସହିତ ଥରୁର କହିଛନ୍ତି ଆଗରୁ ରାହୁଲ ଗାନ୍ଧି ଚେତାଇ ଦେଇଥିଲେ ଗତ ଫେବ୍ରୁଆରୀ ଆଗରୁ ଏହାକୁ ଗୁରୁତର ସହିତ ନେବା ଉଚିତ୍ ଥିଲା । ନଚେତ୍ ଅର୍ଥନୀତିରେ ଏହାର ବଡ ମୂଲ୍ୟ ଦେବାକୁ ପଡିବ ।

କୋରନା ସଂକ୍ରମଣ ବ୍ୟାପକ କରିବାରେ ତବଲିଘ୍ ଜମାତକୁ ଦାୟୀ କରାଯିବା , ଦେଶରେ ମୁସଲିମ୍ ସଂପ୍ରଦାୟ ପ୍ରତି ମନୋଭାବ ସ୍ପଷ୍ଟ କରୁଛି । ଦେଶର ଉତର ପୂର୍ବ ଭାଗର ଜନତା ଦେଶ ସହିତ ଅନ୍ୟ ମତବାଦ ନେଇ ଚଳୁଥିବା ଲାହୋର ସାହିତ୍ୟ ସଭାକୁ ସଂବୋଧନରେ କହିବା ସହିତ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ଶଶୀ ଥରୁର ।

ଲାହୋର ଲିଟରେଚର ଫେଷ୍ଟିଭାଲକୁ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଭର୍ଚୁଆଲ୍ ସଂବୋଧନକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ପାକିସ୍ତାନର ଏକ ସାହିତ୍ୟ ସଭାରେ ଭାରତକୁ ନେଇ ଏପରି ନକରାତ୍ମକ ବୟାନ ଦେଇ ଶଶୀ ଥରୁର କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । କଂଗ୍ରେସର ଦିଗଜ ନେତା ବାରମ୍ୱାର ଦେଶବିରୋଧୀ ବୟାନ୍ ରଖି ଦେଶକୁ ବିଦେଶ ମାଟିରେ ଅପମାନିତ କରିବାର ମୂଳ ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସଂବିତ ପାତ୍ର । ସାଂବାଦିକ ସମ୍ମିଳନୀ କରି ସେ ଏନେଇ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ।