ଦକ୍ଷିଣ ଭାରତରେ ବିବାଦ ପରେ ଶିକ୍ଷା ନୀତି ଡ୍ରାଫ୍ଟରେ ସଂଶୋଧନ ଆଣିଲେ ସରକାର : ଏବେ ହିନ୍ଦୀ ବାଧ୍ୟତାମୂଳକ ନୁହଁ

Advertisment
ଦକ୍ଷିଣ ଭାରତରେ ବିବାଦ ପରେ ଶିକ୍ଷା ନୀତି ଡ୍ରାଫ୍ଟରେ ସଂଶୋଧନ ଆଣିଲେ ସରକାର : ଏବେ ହିନ୍ଦୀ ବାଧ୍ୟତାମୂଳକ ନୁହଁ

source : Aajtak

ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ନହେଉଣୁ ନୂଆ ଶିକ୍ଷା ନୀତିକୁ ନେଇ ବିବାଦ ହେଲାଣି । ଶିକ୍ଷା ନୀତିର ଡ୍ରାଫ୍ଟରେ ଦକ୍ଷିଣ ଭାରତରେ ତିନି ଭାଷା ଫର୍ମୁଲା ଲାଗୁ କରିବାରେ ହିନ୍ଦୀ ଭାଷାକୁ ଅନିର୍ବାର୍ଯ୍ୟ କରିବା ଉପରେ ପ୍ରତିବାଦ ଘନେଇଛି । ଏବେ ସରକାରଙ୍କ ତରଫରୁ ଡ୍ରାଫ୍ଟ ଶିକ୍ଷା ନୀତିରେ ପରିବର୍ତ୍ତନ କରାଯାଇଛି । ଯାହା ଅଧିନରେ ହିନ୍ଦୀକୁ ବାଧ୍ୟତାମୂଳକ କରାଯିବା ସର୍ତ୍ତ ହଟାଇ ଦିଆଯାଇଛି ।

publive-image

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ’ଜାତୀୟ ଶିକ୍ଷା ନୀତି’ ଡ୍ରାଫ୍ଟକୁ ସଂଶୋଧନ କରିଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କ ପସନ୍ଦ ମୁତାବକ ଭାଷାରେ ଅଧ୍ୟୟନ କରିପାରିବେ ବୋଲି ସରକାର କହିଛନ୍ତି। ସଂଶୋଧିତ ଡ୍ରାଫ୍ଟ ପଲିସିରେ କୁହାଯାଇଛି ଯେ, ନମନୀୟତା ନୀତି ଆଧାରରେ ତିନିଟି ଭାଷା ଉପରେ ଦଖଲ ଆଣିବା ଯାଏଁ ଷଷ୍ଠ କିଂବା ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନିଜ ଇଚ୍ଛାନୁସାରେ ଏକାଧିକ ଭାଷା ବଦଳାଇପାରିବେ। ତ୍ରିଭାଷା-ସୂତ୍ର ନମନୀୟତାରେ ହିନ୍ଦୀ ଭାଷା ସଂକ୍ରାନ୍ତରେ କିଛି ଉଲ୍ଲେଖ କରାଯାଇନାହିଁ। ସଂଶୋଧିତ ନୀତି ଅନୁସାରେ ଜଣେ ଯେକୌଣସି ତିନିଟି ଭାଷା ଉପରେ ପାଣ୍ଡିତ୍ୟ ଅର୍ଜନ କରିବା ଆବଶ୍ୟକ। ପୂର୍ବ ଡ୍ରାଫ୍ଟ ପଲିସିରେ ଅଣହିନ୍ଦୀ ଭାଷାଭାଷୀ ରାଜ୍ୟରେ ଇଂରାଜୀ ଓ ହିନ୍ଦୀକୁ ବାଧ୍ୟତାମୂଳକ ଭାଷା କରାଯାଇଥିଲା। ଏଥିସହ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଏକ ତୃତୀୟ ଭାଷାକୁ ବାଧ୍ୟତାମୂଳକ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe