କନକ ବ୍ୟୁରୋ : ଦେଶ ବିରୋଧର କଣ୍ଟେଣ୍ଟ ଦେଖାଇବା ଅଭିଯୋଗରେ କେନ୍ଦ୍ର ସରକାର ୩୫ ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛନ୍ତି । ଏହାକୁ ନେଇ ଜାନୁଆରୀ ୧୯ ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ କି ଦେଶ ବିରୋଧରେ ସଡଯନ୍ତ୍ର କରୁଥିବା ଚ୍ୟାନେଲ ଓ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
କହିରଖୁ କି ଗତବର୍ଷ ସୂଚନା ଓ ପ୍ରସାରଣ ବିଭାଗ ଡିସେମ୍ବର ମାସରେ ବିଭିନ୍ନ ଏଜେନ୍ସି ସହାୟତାରେ ସୂଚନା ପାଇ ୨୦ ଟି ୟୁଟ୍ୟୁବ ଚ୍ୟାନେଲ ଓ ଦୁଇଟି ୱେବସାଇଟକୁ ବ୍ଲକ କରିଥିଲେ । ସେତେବେଳେ ମନ୍ତ୍ରଣାଳୟ କହିଥିଲା କି ଏହି ଚ୍ୟାନେଲ ଓ ୱେବସାଇଟଗୁଡିକ କାଶ୍ମୀର, ଭାରତୀୟ ସେନା, ଭାରତରେ ରହୁଥିବା ଅଳ୍ପ ସଂଖ୍ୟକ ସମୁଦାୟ, ରାମ ମନ୍ଦିର, ଜେନରାଲ ବିପିନ ରାୱତ ଭଳି ପ୍ରସଙ୍ଗରେ ଦେଶବିରୋଧୀ ପୋଷ୍ଟ କରୁଛନ୍ତି ।
The common factor amongst all these accounts have been that they operate from Pakistan and spread fake anti-India news & other content: Vikram Sahay, Joint Secretary (P&A), Ministry of Information and Broadcasting pic.twitter.com/AQMJkVk2CM
— ANI (@ANI) January 21, 2022
ଏନେଇ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି କି ଏହି ଚ୍ୟାନେଲଗୁଡିକ ଭାରତ ବିରୋଧୀ କଣ୍ଟେଣ୍ଟ ଲୋକଙ୍କୁ ଦେଖାଇବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।