ସରକାରଙ୍କ ଅନେକ ପ୍ରୟାସ ପରେ ବି ବ୍ୟାଙ୍କ୍ ଜାଲିଆତି ମାମଲା କମ୍ ହେବାର ନାଁ ନେଉନାହିଁ । ଆରବିଆଇର ବାର୍ଷିକ ରିପୋର୍ଟ ଅନୁସାରେ , ଚଳିତବର୍ଷ ୨୦୧୮-୧୯ ରେ ବ୍ୟାଙ୍କରେ ଜାଲିଆତି ମାମଲା ୧୫ ପ୍ରତିଶତ ବଢିଯାଇଛି । ଏହାଠାରୁ ଅଧିକ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ହିସାବରୁ ଅଧିକ ୭୩.୮ ପ୍ରତିଶତ ଅଧିକ ଜାଲିଆତି ହେଉଥିବା ଖବର ସାମ୍ନାକୁ ଆସିଛି ।
୭୧,୫୪୩ କୋଟି ଟଙ୍କାର ଜାଲିଆତି : ଆରବିଆଇର ବାର୍ଷିକ ରିପୋର୍ଟ ଅନୁସାରେ , ୨୦୧୮-୧୯ ରେ ବ୍ୟାଙ୍କ୍ ସେକ୍ଟରରେ ୬,୮୦୧ ଜାଲିଆତି ମାମଲା ରହିଛି ଯେଉଁଥିରେ ୭୧,୫୪୩.୯୩ କୋଟି ଟଙ୍କା ସାମିଲ୍ ରହିଛି । ଯେଉଁଥିରେ ସାର୍ବଜନୀନ ବ୍ୟାଙ୍କର ଅଧିକ ହାତ ରହିଛି । ଯେଉଁଥିରେ ୬୪,୫୦୯.୪୩ କୋଟି ଟଙ୍କାର ୩,୭୬୬ ଜାଲିଆତି କେସ୍ ସାମ୍ନାକୁ ଆସିଛି । ଏହା ପୂର୍ବରୁ ଅର୍ଥାତ୍ ୨୦୧୭-୧୮ ରେ ୪୧,୧୬୭.୦୪ କୋଟି ଟଙ୍କାର ୫,୯୧୬ ଜାଲିଆତି କେସ୍ ହୋଇଛି । ରିପୋର୍ଟ ଅନୁସାରେ , ବ୍ୟାଙ୍କ୍ ରୁ ଜାଲିଆତି କେସ୍ କୁ ଜାଣିବା ପାଇଁ ହିଁ ୨୨ ମାସ ସମୟ ଲାଗିଯାଏ । ଏହାଠାରୁ ଅଧିକ ଦୁଃଖଦ କଥା ହେଉଛି ୨୦୧୮-୧୯ ରେ ୧୦୦ କୋଟି ଟଙ୍କା ତଥା ଏହାଠାରୁ ଅଧିକ ପାଖାପାଖି ୫୨୨୦୦ କୋଟି ଟଙ୍କାର ଜାଲିଆତି ମାମଲାର ସମାଧାନ ପାଇଁ ପାଖାପାଖି ୬ ବର୍ଷ ସମୟ ଲାଗିଗଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/xq.png)
/kanak/media/post_attachments/wp-content/uploads/2019/08/RBI_Reserve-bank-of-india-770x433-300x169.jpg)