ଦେଶରେ ନାଗରିକ ସଂଶୋଧନ ଆଇନ ସିଏଏ ଲାଗୁ । ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର,ପ୍ରାୟ ୩୦ହଜାର ଶରଣାର୍ଥୀ ହୋଇପାରନ୍ତି ଉପକୃତ

365

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଆଉ ଏକ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ଆଜିଠାରୁ ଲାଗୁ ହୋଇଛି ସିଏଏ ବା ନାଗରିକତା ସେଂଶୋଧନ ଆଇନ । ଏ ନେଇ ଆଜି ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ଆଇନ ଲାଗୁ ହେଲେ ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁୁ ଭାରତର ନାଗରିକ ହୋଇପାରିବେ । ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ । ୨୦୧୯ ଲୋକସଭା ନିର୍ବାଚନ ପୁର୍ବରୁ ଘୋଷଣାପତ୍ରରେ ସିଏଏକୁ ସାମିଲ କରିଥିଲା ବିଜେପି । ଏହାକୁ ଦଳ ବଡ ପ୍ରସଙ୍ଗ କରିଥିଲା ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ । ଆଉ ଏଥିଲାଗି କେନ୍ଦ୍ର ସରକାର ବିଜ୍ଞପ୍ତି ଆଣି ସିଏଏ ଲାଗୁ କରିଛନ୍ତି । ନାଗରିକାତ ସଂଶୋଧନ ଆଇନରେ ମୁସଲମାନଙ୍କୁ ବାଦ ଦେଲେ ୩ ମୁସଲମାନ ବହୁଳ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଆସିଥିବା ସଂଖ୍ୟାଲଘୁୁ ଭାରତୀୟ ନାଗରିକ ହୋଇପାରିବେ । ଏଥିପାଇଁ ୧୯୫୫ର ଆଇନର ସଂଶୋଧନ କରାଯାଇଛି । ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁ ଶରଣାର୍ଥୀ ଆସିଛନ୍ତି ସେମାନେ ଭାରତୀୟ ନାଗରିକ ହୋଇପାରିବେ ।

ସିଏଏ କ’ଣ?
– ଆଇନ୍ ଆଧାରରେ ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ଭାରତୀୟ ନାଗରିକତା
– ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ୬ ସଂଖ୍ୟାଲଘୁ ହୋଇପାରିବେ ଭାରତର ନାଗରିକ
– ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ମିଳିବ ନାଗରିକତା
– ସିଏଏ ସମ୍ବନ୍ଧିତ ଏକ ୱେବ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ
– ୩ ଦେଶରୁ ଆସିଥିବା ମୁସଲମାନଙ୍କୁ ଏହି ସୁବିଧା ଦିଆଯିବ ନାହିଁ
– ସରକାରୀ ଯାଂଚ ପରେ ସେମାନଙ୍କୁ ଆଇନ୍ ଅନୁସାରେ ନାଗରିକତା ପ୍ରଦାନ କରାଯିବ
– ଆବେଦନ ବେଳେ ଆବଶ୍ୟକ ନାହିଁ କୌଣସି ଦସ୍ତାବିଜ
– ୨୦୧୪ ପୂର୍ବରୁ ଭାରତ ଆସିଥିବା ଏହି ତିନି ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା
– ବିନା ଦସ୍ତାବିଜରେ ଭାରତରେ ପ୍ରବାସୀଙ୍କ ରହଣୀକୁ ବେଆଇନ୍ କୁହାଯିବ
– ୨୦୧୯, ଡିସେମ୍ବର ୧୧ ତାରିଖରେ ସଂସଦରେ ପାରିତ ହୋଇଥିଲା ସିଏଏ
– ସପକ୍ଷରେ ୧୨୫ ଭୋଟ୍ ଏବଂ ବିପକ୍ଷରେ ପଡ଼ିଥିଲା ୧୦୫ ଭୋଟ୍