କନକ ବ୍ୟୁରୋ: ମୋଦି ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ୱସ୍ତି । ଝାଡଖଣ୍ଡ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ କୌଣସି ଦଣ୍ଡବିଧାନ କାଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛି । ଅଗଷ୍ଟ ୧୬ ତାରିଖରେ ପରବର୍ତୀ ଶୁଣାଣି କରାଯିବ । ସୁରଟ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ପରେ ରାହୁଲଙ୍କ ଲୋକସଭା ସାଂସଦ ସଦସ୍ୟ ପଦ ଯାଇଥିଲା ।
ମୋଦି ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତାଙ୍କୁ ଆଶ୍ୱସ୍ତି: ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ
/kanak/media/post_attachments/wp-content/uploads/2023/07/41-2.jpg)