ମୋଦିଙ୍କ ମୁହଁରେ ଗାମୁଛା । ଘର ତିଆରି ମାସ୍କ ବ୍ୟବହାର କଲେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଦେଲେ ବଡ଼ ବାର୍ତ୍ତା ।

260

କନକ ବ୍ୟୁରୋ : ଘର ତିଆରି ମାସ୍କ ବା ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରିବା ନେଇ ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶବାସୀଙ୍କୁ ସନ୍ଦେଶ ଦେବା ବେଳେ ମୋଦି ଏକ ଧଳା ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଶନିବାର ଦିନ ମଧ୍ୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ କଥା ହେବା ବେଳେ ଘର ତିଆରି ମାସ୍କ ବ୍ୟବହାର କରିଥିଲେ ।

ମୋଦିଙ୍କ ମୁହଁରେ ଗାମୁଛା । ଘର ତିଆରି ମାସ୍କ ବ୍ୟବହାର କଲେ ପ୍ରଧାନମନ୍ତ୍ରୀ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶକୁ ସମ୍ବୋଧନ କରୁଥିଲେ, ଠିକ୍ ସେତେବେଳେ ସାମ୍ନାକୁ ଆସିଥିଲା, ଭିନ୍ନ ଏକ ଦୃଶ୍ୟ । ନରେନ୍ଦ୍ର ମୋଦି ଏକ ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା ।

ଦେଶବାସୀଙ୍କୁ ସମ୍ବୋଧନ ଆରମ୍ଭ କରିବା ବେଳେ ଏକ ଧଳା ଗାମୁଛା ଯେଉଁଥିରେ କଳା, ଧଳା ଓ ଲାଲ ରଙ୍ଗର ଡିଜାଇନ ହୋଇଥିଲା, ତାକୁ ମାସ୍କ ଭାବେ ବ୍ୟବହାର କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଘର ତିଆରି ମାସ୍କ ପିନ୍ଧି ଦେଶବାସୀଙ୍କୁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯଦି କାହା ପାଖରେ କ୍ଲିନିକାଲ ମାସ୍କ ବା ଅନ୍ୟ କୌଣସି ମାସ୍କ ନାହିଁ ତେବେ ସେ ନିର୍ଦନ୍ଦ୍ୱରେ ଘର ତିଆରି ମାସ୍କ ପିନ୍ଧିପାରିବେ, ହୁଏତ ଏହି ବାର୍ତ୍ତା ଦେଇଛନ୍ତି ମୋଦି ।

ଦୁଇ ଦିନ ପୂର୍ବରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ବୈଠକ କରିଥିଲେ । ଏହି ସମୟରେ ମଧ୍ୟ ଘର ତିଆରି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାଦ୍ୱାରା ନିଜେ ମାସ୍କ ତିଆରି କରି ପିନ୍ଧିବା କିମ୍ବା ଗାମୁଛାକୁ ମଧ୍ୟ ମାସ୍କ ଭାବେ ବ୍ୟବହାର କରିହେବ ବୋଲି ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଦେଶବାସୀଙ୍କୁ ପ୍ରଥମେ ସମ୍ବୋଧନ ଜଣାଇବା ବେଳେ ମୋଦି ଏହି ଧଳା ରଙ୍ଗର ଗାମୁଛାରେ ନିଜ ନାକ ଓ ପାଟି ଘୋଡାଇ ଏହାକୁ ମାସ୍କ ଭାବେ ବ୍ୟବହାର କରିଥିଲେ । ପରେ ଏହି ଗାମୁଛାକୁ କାଢି ନିଜର ସମ୍ବୋଧନ ପୁରା କରିଥିଲେ ପ୍ରଧାନମନ୍ତ୍ରୀ । ମୋଦି ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରିବା ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ କରୋନା ମୁକାବିଲା ଦିଗରେ ଏବେ ମାସ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ତେଣୁ କ୍ଲିନିକାଲ ମାସ୍କ ନଥିଲେ ଘର ତିଆରି ମାସ୍କ ବା ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରିପାରିବେ । ଦେଶରେ ମାସ୍କ ଓ ସାନିଟାଇଜରର ଅଧିକ ଆବଶ୍ୟକତା ରହିଥିବା ବେଳେ କେତେକ ସ୍ଥାନରେ ଏଥିରେ ଅଭାବ ଦେଖାଦେଉଛି । ତେଣୁ ଗାମୁଛାକୁ ମଧ୍ୟ ମାସ୍କ ଭାବେ ବ୍ୟବହାର କରିବାକୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।