ଅଯୋଧ୍ୟା ରାୟ ପରେ ମୋଦିଙ୍କ ଅଭିଭାଷଣ । କହିଲେ, ମନେ ରହିବ ନଭେମ୍ବର ୯, ନୂଆ ଭାରତ ଗଢ଼ିବା ପାଇଁ ଏକାଠି ହୁଅ

626

କନକ ବ୍ୟୁରୋ: ଅଯୋଧ୍ୟା ରାୟ ପରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲା ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ଫୈସଲା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ସୁପ୍ରିମକୋର୍ଟ ଶୁଣାଣି ପୂରା ନ୍ୟାୟିକ ପ୍ରକ୍ରିୟାରେ ହୋଇଛି । ଦୀର୍ଘ ୭୦ ବର୍ଷର ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି । ତେଣୁ ଆଜିର ଦିନ ସାରା ଦେଶବାସୀଙ୍କ ପାଇଁ ଏକ ସ୍ୱର୍ଣ୍ଣିମ ଦିନ ବୋଲି ବିବେଚନା କରିଛନ୍ତି ମୋଦି ।

ଏହା କୌଣସି ବିଜୟ କି ପରାଜୟର କଥା ନୁହେଁ ବରଂ ନୂଆ ଭାରତର ନୂଆ ସକାଳ ଗଠନ ପାଇଁ ଅଯୋଧ୍ୟା ରାୟ ଆମ ପାଇଁ ଏକ ଉତ୍ସ ପାଲଟିଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ଏକ ନୂଆ ଭାବନାରେ ବଞ୍ଚିବା ଆଉ ନୂଆ ଭାରତ ଗଢିବା । ନୂଆ ଆରମ୍ଭ ପାଇଁ ସଙ୍କଳ୍ପ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପରିଶେଷରେ ୯ ନଭେମ୍ବର ଏଭଳି ଏକ ଦିନ ଯାହା ସମସ୍ତଙ୍କର ମନେ ରହିବ । କାରଣ ଆଜିର ଦିନରେ ଯେଉଁଭଳି ବର୍ଲିନର ପ୍ରାଚେରୀ ଭାଙ୍ଗିଥିଲା ଠିକ୍ ସେହିଭଳି ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଥିବା ପାଚେରୀ ଏହି ଅଯୋଧ୍ୟା ରାୟ ପରେ ସମାପନ ହୋଇଛି । ତେଣୁ ସମସ୍ତଙ୍କୁ ଏକାଠି ହୋଇ ଭାରତର ଭବିଷ୍ୟତ ପାଇଁ କାମ କରିବାକୁ ଆଗକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।