୨୦୧୯ ଲୋକସଭା ନିର୍ବାଚନରେ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ କଥା କଟାକଟିର ଅନେକ ମାମଲା ସାମ୍ନାକୁ ଆସିଛି। ଏହି କ୍ରମରେ ନେତାଙ୍କ ସମର୍ଥକ ସମୟ ସମୟରେ ଏମିତି ହିଂସକ ପାଲଟି ଯାଇଥାଆନ୍ତି କି ଯାହାର କରୁଣ ପରିସ୍ଥିତି ବି ଦେଖିବାକୁ ମିଳିଥାଏ। ଏମିତି ଏକ ମାମଲା ତାମିଲନାଡୁରୁ ସାମ୍ନାକୁ ଆସିଛି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ୭୫ବର୍ଷୀୟ ସମର୍ଥକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ବୃଦ୍ଧଙ୍କୁ ଯିଏ ହତ୍ୟା କରିଛି ସେ କଥିତ ଭାବେ ଡିଏମକେ-କଂଗ୍ରେସ ମେଣ୍ଟର ସମର୍ଥକ ବୋଲି କୁହାଯାଉଛି। ପୁଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରି ମାମଲାର ଯାଞ୍ଚ କରୁଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ମାମଲା ଗତ ଶନିବାର ଘଟିଛି। ଗୋବିନ୍ଦରାଜନ ନାମକ ଜଣେ ବୃଦ୍ଧ ବ୍ୟକ୍ତି ଯାହାଙ୍କ ବୟସ ୭୫ବର୍ଷ ବୋଲି କୁହାଯାଉଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଁ ନିର୍ବାଚନ ପ୍ରଚାର କରୁଥିଲେ। ଗୋବିନ୍ଦରାଜନ ନିଜ ଟି-ସାର୍ଟରେ ପ୍ରଧାନମନ୍ତ୍ରୀ ମୋଦି ଓ ଜୟଲଲିତାଙ୍କ ଫଟୋ ଲଗାଇ ପୂରା ରାଜ୍ୟରେ ଅଲଗା ଅଲଗା ଜିଲ୍ଲାକୁ ଯାଇ ନିର୍ବାଚନ ପ୍ରଚାର କରୁଥିଲେ। ଗୋବିନ୍ଦରାଜନ ଏଆଇଏଡିଏମକେର ପ୍ରତିଷ୍ଠାତା ଏମଜି ରାମଜନ୍ଦ୍ରନଙ୍କର ବି ବଡ଼ ସମର୍ଥକ ବୋଲି କୁହାଯାଉଛି। ନିର୍ବାଚନ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦି ଓ ଭାଜପା -ଏଆଇଏଡିଏମ୍କେ ମେଣ୍ଟ ପାଇଁ ଭୋଟ ମାଗିବା ହେତୁ ଗୋବିନ୍ଦରାଜନ୍ ଶନିବାର ତାମିଲନାଡୁର ଔରଥାନାଡୁରେ ପହଞ୍ଚିଥିଲେ। ଏହି ସମୟରେ ଗୋପିନାଥ ନାମକ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ଯୁକ୍ତି-ତର୍କ ହୋଇଥିଲା। ଏହି ଯୁକ୍ତି-ତର୍କ ଏତେ ବଢ଼ି ଯାଇଥିଲା କି ଗୋପିନାଥ ଗୋବିନ୍ଦରାଜନ ଉପରେ ଆକ୍ରମଣ କରିଥିଲେ। ଗୋପିନାଥଙ୍କ ମାଡରେ ଗୋବିନ୍ଦରାଜନ ଅଚେତ ହୋଇପଡ଼ିଥିଲେ। କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Untitled-2-copy-750x430.jpg)
/kanak/media/post_attachments/wp-content/uploads/2019/04/killed_web-750x500-300x200.jpg)