କନକ ବ୍ୟୁରୋ : ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପରେ ଏହାକୁ ନେଇ ସଂସଦରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦୀ ସରକାରର ଏହି ନିଷ୍ପତ୍ତିକୁ ଅନେକ ନେତା ବିରୋଧ କରୁଥିବା ବେଳେ ପ୍ରୟାଗରାଜରେ ଏହାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିରୋଧୀଙ୍କୁ କଡା ଜବାବ ଦେଇ ମୋଦୀ କହିଛନ୍ତି, ଝିଅ ମାନେ ବି ଚାହୁଁଥିଲେ ଯେ ସେମାନଙ୍କ ପାଠପଢା ପାଇଁ ଅଧିକ ସମୟ ମିଳୁ । ଆଉ ଝିଅଙ୍କ ଏହି କଥାକୁ ନେଇ ବିବାହ ବୟସ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।

Advertisment

ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ନିଷ୍ପତ୍ତିକୁ ଅନେକ ଲୋକ ସହ୍ୟ କରିପାରୁନାହାନ୍ତି । ଆଉ ଏହି ଲୋକମାନେ କିଏ ତାହା ପୂରା ଦେଶ ଦେଖୁଛି । ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶ ମହିଳାଙ୍କୁ ଯେଉଁଭଳି ସୁରକ୍ଷା ଓ ସମ୍ମାନ ଦେଇଛି ତାହା ବେଶ ପ୍ରଂଶସନୀୟ । ଗର୍ଭରେ କନ୍ୟାକୁ ହତ୍ୟା କରାନଯାଇ ଦୁନିଆକୁ ଅଣାଯାଉ ସେଥିପାଇଁ ମୋଦୀ ସରକାର ବେଟି ବଚାଅ, ବେଟି ପଢାଅ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ବଳରେ ସାମାଜିକ ଚେତନା ଜାଗ୍ରତ କରିବାକୁ ପ୍ରୟାସ କରାଯାଇଥିଲା । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ସବୁକ୍ଷେତ୍ରରେ ମହିଳାଙ୍କୁ ପ୍ରାଧାନ୍ୟ ଦେବା କାରଣରୁ ଦେଶରେ କନ୍ୟା ସନ୍ତାନଙ୍କ ସଂଖ୍ୟା ମଧ୍ୟ ଅନେକ ରାଜ୍ୟରେ ବଢୁଥିବାର ଦେଖିବାକୁ ମିଳିଛି ।

ଏହାବାଦ୍ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୫ ବର୍ଷ ପୂର୍ବେ ଉତ୍ତରପ୍ରଦେଶ ରାସ୍ତାରେ ମାଫିଆରାଜ ବା ଗୁଣ୍ଡାରାଜ ଚାଲିଥିଲା । ଶାସନ କ୍ଷମତାରେ ଗୁଣ୍ଡାଙ୍କର ପ୍ରାର୍ଦୁଭାବ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଉତ୍ତରପ୍ରଦେଶର ଝିଅ ଓ ମହିଳା ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିଲେ । ଝିଅ ଓ ମହିଳା ରାସ୍ତାକୁ ବାହାରିବା ମୁସ୍କିଲ ହୋଇପଡିଥିଲା । ସ୍କୁଲ ଓ କଲେଜ ଯିବା ସମ୍ଭବପର ହେଉନଥିଲା । ଆଉ ଏହାର ପ୍ରତିବାର କରିବାର କୌଈସି ଚାରା ମଧ୍ୟ ନଥିଲା । କାରଣ ଥାନାକୁ ଅଭିଯୋଗ କରିବାକୁ ଗଲେ ଅପରାଧୀ, ଦୁଷ୍କର୍ମକାରୀଙ୍କ ଜରିଆରେ ପ୍ରଭାବଶାଳୀ ଲୋକଙ୍କର କଲ ଆସୁଥିଲା । କିନ୍ତୁ ଯୋଗୀ ସରକାର ଏହି ଅପରାଧୀ ଓ ଗୁଣ୍ଡାଙ୍କୁ ସାବାଡ କରିବା ସହ ଠିକ୍ ସ୍ଥାନରେ ପହଞ୍ଚାଇଛନ୍ତି ।