ହାତ ସଫା କରି ପକେଟରେ ମଇଳା ଟିସୁ ପେପର ପୂରାଇଲେ ମୋଦି ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

92

ସାଧାରଣତଃ ଟିସୁ ପେପର ବ୍ୟବହାର କରିବା ପରେ ଆମେ ତାହାକୁ ଏଣେତେଣେ ପକାଇଥାଉ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭାରତକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ସ୍ୱଚ୍ଛତାକୁ ନେଇ କେତେ ତତ୍ପର ତାହାର ଝଲକ ଗତକାଲି ଦେଖିବାକୁ ମିଳିଛି । କେବଳ ହୋଡିଂ ଓ ପୋଷ୍ଟରରେ ସ୍ୱଚ୍ଛତା ନୁହେଁ ବରଂ କାମରେ କରି ଦେଖାଇଛନ୍ତି ମୋଦି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

modi-swachh-story_ଗତକାଲି ଦିଲ୍ଲୀର ସୁଭାଷ ପାର୍କରେ ରାବଣ ପୋଡି ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଭଗବାନ ରାମଙ୍କ ବେଶ ହୋଇଥିବା କିଛି ଯୁବକଙ୍କୁ ତିଳକ ଲଗାଇ ପୂଜା କରିଥିଲେ ମୋଦି । ପୂଜା ସରିବା ପରେ ମୋଦିଙ୍କୁ ହାତ ପୋଛିବା ପାଇଁ ଏକ ଟିସୁ ପେପର ଦିଆ ଯାଇଥିଲା । ଟିସୁରେ ହାତ ପୋଛିବା ପରେ ଏହାକୁ ବାହାରେ ନ ଫୋପାଡି ନିଜ ପକେଟରେ ପୂରାଇ ଦେଇଥିଲେ । ଏପରିକି ଟିସୁ ପେପର ଫୋପାଡିବାକୁ ମଧ୍ୟ କାହାରିକୁ ଦେଇ ନଥିଲେ ।

ମୋଦିଙ୍କ ଏଭଳି କାର୍ଯ୍ୟକଳାପକୁ ସୋସିଆଲ ମିଡିଆରେ ତାରିଫ କରାଯାଉଛି । ଲୋକମାନେ ମୋଦିଙ୍କ ଏଭଳି କାର୍ଯ୍ୟକଳାପକୁ ସ୍ୱଚ୍ଛତା ସହିତ ଯୋଡିଛନ୍ତି । କିପରି ଭାବେ ଜଣେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତାକୁ ନେଇ ଏତେ ଯତ୍ନବାନ ତାହା ଏହି ଘଟଣାରୁ ଜଣା ପଡିଛି । ମୋଦିଙ୍କ ଏଭଳି କାର୍ଯ୍ୟ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି ।