କୃଷକଙ୍କୁ ସମ୍ବୋଧନ କଲେ ମୋଦୀ : କୃଷକଙ୍କ ଉଦ୍ଦେଶ୍ୟରେ ୩୫ ପ୍ରକାର ବିହନ କଲେ ଉତ୍ସର୍ଗ

କହିଲେ କୃଷି ଉତ୍ପାଦନ ବଢାଇବାକୁ ବୈଜ୍ଞାନିକ ପଦ୍ଧତିରେ କରିବାକୁ ହେବ କାମ

111

କନକ ବ୍ୟୁରୋ : ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଗତକାଲି କୃଷକଙ୍କ ୧୦ ଘଣ୍ଟିଆ ଭରତ ବନ୍ଦ ପରେ ଆଜି ପ୍ରଧାନମନ୍ତ୍ରୀ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ତାଙ୍କ ସରକାର ସବୁବେଳେ କୃଷକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର କୃଷି ଓ କୃଷକଙ୍କ ଆୟ ବଢାଇବା ପାଇଁ ସବୁ ପ୍ରକାର ସହାୟତା ମିଳିବ । ବୈଜ୍ଞାନିକ ପଦ୍ଧତିରେ କୃଷି ଉତ୍ପାଦନ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ମୋଦି କହିଛନ୍ତି, ଏମ୍ଏସପି ବୃଦ୍ଧି ସହ ବିକ୍ରି ପ୍ରକ୍ରିୟାରେ ସୁଧାର କରାଯାଇଛି । ଏହା ସହ ଅଧିକରୁ ଅଧିକ ଚାଷୀ କିପରି ଲାଭବାନ ହେବେ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି  । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କୁ ୩୫ ପ୍ରକାରର ନୂଆ କିସମ ଭେଟି ଦେଇଛନ୍ତି । ଏସବୁ ସ୍ୱତନ୍ତ୍ର କିସମ, ଭିଡିଓ କନ୍ଫରେନ୍ସିଂ ଜରିଆରେ ଦେଶର କୃଷକଙ୍କୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ  । ନୂଆ ବିହନ ଗୁଡିକ ଭିନ୍ନ ଭିନ୍ନ ପରିବେଶ ଓ ଭିନ୍ନ ଜଳବାୟୁରେ ଭଲ ଅମଳ ଦେଇପାରିବ । ଏପରିକି କମ୍ ପାଣିରେ ମଧ୍ୟରୁ କିଛି ବିହନ ଭଲ ଶସ୍ୟ ଦେବ ବୋଲି କହିଛନ୍ତି ମୋଦି ।