ବିଜେପି ସାଂସଦଙ୍କ ବିବାଦୀୟ ବୟନା, ଚୀନ ଓ ପାକିସ୍ତାନ ସହ ଯୁଦ୍ଧ ପାଇଁ ତାରିଖ ସ୍ଥିର କରିସାରିଛନ୍ତି ପ୍ରଧାନମନ୍ତ୍ରୀ

1,540

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ତଥା ବାଲିଆ ସଂସଦୀୟ କ୍ଷେତ୍ରରେ ସାଂସଦ ଥିବା ସ୍ୱତନ୍ତ୍ର ଦେବ ସିଂଙ୍କ ଏକ ବିବାଦିୟ ବୟାନ ଏବେ ଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିବାକୁ ଯାଉଛି । ଶ୍ରୀ ସିଂ କହିଛନ୍ତି କି କେବେ ଭାରତ ଚୀନ ଓ ପାକିସ୍ତାନ ସହ ଯୁଦ୍ଧ କରିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାରିଖ ଧାର୍ଯ୍ୟ କରିସାରିଛନ୍ତି । ତାଙ୍କର ଏଭଳି ଟିପ୍ପଣୀ ଶୁକ୍ରବାର ଦିନରୁ ଆସିଛିା ଉଲ୍ଲେଖ ଥାଉ କି ଏବେ ଭାରତ ସୀମାରେ ଉଭୟ ଦେଶର ସୈନ ଠୁଳ ହୋଇଛନ୍ତି । ଭାରତ ରାଫାଲ ଭଳି ଯୁଦ୍ଧ ବିମାନ ଏଲଏସି ନିକଟରେ ରଖିଥିବା ବେଳେ ଚୀନ୍ ବି ୫ ଜି ଟେକ୍ନୋଲୋଜିରେ ନିର୍ମିତ ଯୁଦ୍ଧ ଜାହାଜ ସୀମାରେ ରଖିଛି । ଏଭଳି ସ୍ଥଳେ ଶ୍ରୀ ସିଂଙ୍କ ଏଭଳି ବୟାନ ଦେଶବାସୀଙ୍କ ମଧ୍ୟରେ ଭୟ ସଂଚାର କରିବାରେ ଲାଗିଛି । ଶ୍ରୀ ସିଂ ଦାବିର ସହ କହିଛନ୍ତି କି ଜମ୍ମୁ- କାଶ୍ମୀରରୁ ୩୭୦ ହଟାଇବା ଓ ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ହେବା ଭଳି ଯୁଦ୍ଧ ତାରିଖ ସ୍ଥିର ହୋଇଥିବା କଥା କହିଛନ୍ତି ଏହି ବିଜେପି ସାଂସଦ ।

ଏଭଳି ବିବାଦୀୟ ବୟାନ ଦେଇଥିବାର ଏକ ଭିଡିଓ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସାଂସଦ କହୁଛନ୍ତି କି ରାମ ମନ୍ଦିର ଓ ୩୭୦ ନିଷ୍ପତ୍ତି ଭଳି ପ୍ରଧାନମନ୍ତ୍ରୀ ଯୁଦ୍ଧ ତାରିଖ ସ୍ଥିର କରିସାରିଛନ୍ତି । ୨୩ ଅକ୍ଟୋବର ଦିନ ବାଲିଆ ଜିଲ୍ଲାର ସିକନ୍ଦରପୁର ଠାରେ ବିଜେପି ବିଧାୟକ ସଂଜୟ ଯାଦବଙ୍କ ବାସଭବନରେ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଦ୍ଧିତ କରିବା ବେଳେ ଏଭଳି କଥା କହିଛନ୍ତି ।
ବିଜେପି ବିଧାୟକ ସଂଜୟ ଯାଦବ ରବିବାର ଦିନ ଏହି ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ସାଂସଦ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ ନେତା ମାନଙ୍କୁ ଆତଙ୍କବାଦୀ ମାନଙ୍କ ସହ ତୁଳନା କରୁଥିବା ଦେଖିବାକୁ ମିଳିଛି । ଏହି କଥା ଯେତେବେଳେ ବିଜେପିର ଅନ୍ୟଜଣେ ସାଂସଦ ରବିନ୍ଦ୍ର କୁଶୱାହାଙ୍କୁ ପଚରାଗଲା ସେ କହିଥିଲେ କି ଦଳର କର୍ମକର୍ତ୍ତାଙ୍କ ଉତ୍ସାହ ବଢାଇବାକୁ ସେ ଏଭଳି କହିଛନ୍ତି ।