କନକ ବ୍ୟୁରୋ : ଆସୁଛି ନିର୍ବାଚନ, ଚାଲିଛି ଜୋରଦାର ପ୍ରଚାର । ଶୁକ୍ରବାର ମଧ୍ୟପ୍ରଦେଶରେ ଜନସଭା ଓ ରାଲି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଏହା ଭିତରେ ପ୍ରଧାନମନ୍ତ୍ରୀଙ୍କ ପୋଷାକ ପରିଧାନ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରତିଦିନ ଭଳିକି ଭଳି ଦାମୀ ପୋଷାକ ପିନ୍ଧିଥାନ୍ତି । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ନିଜକୁ ଜନତାଙ୍କ ସେବକ କହୁଛନ୍ତି ହେଲେ ଗରିବଙ୍କୁ ଲୁଟୁଛନ୍ତି । କିନ୍ତୁ ସେ ନିଜେ କେବଳ ଗୋଟିଏ ଧଳା ଟି-ସାର୍ଟରେ କାମ ଚଳେଇ ନିଅନ୍ତି ବୋଲି ରାହୁଲ କହିଛନ୍ତି