କନକ ବ୍ୟୁରୋ : ଦୀପାବଳୀରେ ଯବାନଙ୍କ ସହ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଲଓସି ଯାଇ ଯବାନଙ୍କ ସହ ଉତ୍ସବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜମ୍ମୁ-କାଶ୍ମୀର ଅଖନୁର ସ୍ଥିତ ଓରିୟନ୍ ଅଞ୍ଚଳରେ ଯବାନଙ୍କ ସହ ସାମିଲ ହୋଇ ଦୀପାବଳି ପାଳିବା ସହ ମିଠା ବାଣ୍ଟିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅଯୋଧ୍ୟା ହେଉଛି ଯେଉଁଠି ଭଗବାନ ରାମ ରୁହନ୍ତି । କିନ୍ତୁ ତାଙ୍କ ପାଇଁ ଅଯୋଧ୍ୟା ସେଇଠି ଯେଉଁଠି ଯବାନ ରୁହନ୍ତି । ୩୦ରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ସେ ଦିପାବଳୀ ପାଳନ କରିନଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଦୀପାବଳୀରେ ବୋର୍ଡର ଅଞ୍ଚଳକୁ ବୁଲିବାକୁ ଯାଉଥିଲେ ବୋଲି କହିଛନ୍ତିି ପ୍ରଧାନମନ୍ତ୍ରୀ । ତେବେ ୨୦୧୪ରୁ ପ୍ରତ୍ୟେକ ବର୍ଷ ମୋଦୀ ଯବାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/11/Screen-Shot-2023-11-13-at-8.05.31-AM.jpg)